ବହୁ ବିବାଦୀୟ ଏସ ଡ଼ି ପି ଓ ସନ୍ତୋଷ କୁମାର ଜେନାଙ୍କ ରାତିଅଧିଆ ନିଲମ୍ବନ
ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଜାରି
ବ୍ରହ୍ମପୁର ୧୪/୦୫: ବହୁ ବିବାଦୀୟ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନାମରେ ଗତକାଲି ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପକ୍ଷରୁ ପତ୍ର ସଂଖ୍ୟା ୧୬୨୩୬ ତାରିଖ ୧୨/୦୫/୨୦୨୬ ପ୍ରକାରେ ନିଲମ୍ବନ ଆଦେଶ ଜାରି ହୋଇଛି। ଆସିକା ଉପଖଣ୍ଡ ଅଧୀନରେ ଥିବା ଆଠଟି ପୋଲିସ ଥାନା ଇଲାକାରେ ଥିବା କେତେକ ଥାନାରେ ଅସାମାଜିକ କାର୍ଯ୍ୟକଳାପ ହତ୍ୟା,ଡକାୟତି, ବଳାତ୍କାର, ଚୋରା ବନ୍ଧୁକ ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବା ସାଙ୍ଗକୁ ନିକଟରେ ହିଞ୍ଜିଳିକାଟୁ ଥାନା ଅଧୀନ କେ.ଖରିଡା ଗ୍ରାମରେ ପ୍ରେମିକଙ୍କ ଘର ଆଗରେ ପ୍ରେମିକଙ୍କ ଭାଇ ଠିଆ କୋଡ଼ିରେ ଗର୍ଭବତୀ ଭାଉଜକୁ ନିଜ ଛୁଆ ଆଗରେ ହତ୍ୟା କରିଥିବା ଘଟଣା ଓଡ଼ିଶାରେ ଚାଞ୍ଚଲ୍ୟ ଘଟେଇ ଦେଇଥିବା ସହିତ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଅନୁଧ୍ୟାନ କରି ଏହି ନିଲମ୍ବନ କରାଯାଇଛି।ପ୍ରକାଶ ଥାଉକି ସନ୍ତୋଷ କୁମାର ଜେନା ୦୧/୧୨/୨୦୧୭ ରୁ ୨୬/୦୨/୨୦୧୯ ପର୍ଯ୍ୟନ୍ତ ଆସିକା ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ସେହି ହୋଇଥିବା ସାଧାରଣ ନିର୍ବାଚନ ସମୟରେ ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ବହୁ ବିବାଦୀୟ ମଦ ମାଫିଆ ମନୋଜ କୁମାର ଜେନା ହତ୍ୟା ସହ ଅନେକ ମାଫିଆ ମାନଙ୍କ ସମ୍ପର୍କ ରଖି ଚର୍ଚ୍ଚା କୁ ଆସିଥିଲେ।
ଏହାପରେ ପୁଣି ରାଜନୈତିକ ହାତବାରିସୀ କରି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଭାବେ ୧୭/୦୨/୨୦୨୫ ଠାରୁ ଗତକାଲି ଅର୍ଥାତ ୧୨/୦୫/୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଏହି ସମୟରେ ଆସିକା ଉପଖଣ୍ଡ ପୋଲିସ ଅଧୀନରେ ଆସିକା, ହିଞ୍ଜିଳିକାଟୁ, ଶେରଗଡ଼, ବଡ଼ଗଡ଼, ସୋରଡ଼ା, ଧରାକୋଟ ପାଟପୁର, କୋଟିନଡ଼ା ଥାନା ଇଲାକାରେ ଜଣେ ପୁରୁଣା ପୋଲିସ ଅଧିକାରୀ ଭାବେ ଅସାମାଜିକ କାର୍ଯ୍ୟକଳାପ ରୋକବା ଶାନ୍ତି ଶୃଙ୍ଖଳା ରକ୍ଷା କରିବା ତ ଦୂରର କଥା ପୁରୁଣା ଅସାମାଜିକ ଗୋଷ୍ଠୀ ସେମାନଙ୍କ କାୟା ବିସ୍ତାର କରିବା ଦେଖିବାକୁ ମିଳିଥିଲା। ଅସାମାଜିକ ମାନେ ପୂର୍ବ ଭଳି ଗୋଷ୍ଠୀ ବନେଇ ଅବାଧରେ ଚୋରା ବନ୍ଧୁକ ଧରି ସେମନଙ୍କ କାୟା ମେଲାଇ ଚାଲିଥିଲେ। ଏହାକୁ ରୋକିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକାରୀ ଅନେକ ଥର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ତାଗିଦ କରିଥିଲେ ମଧ୍ୟ ସନ୍ତୋଷ କୁମାର ଜେନା ଏହାକୁ ଖାତିର କରିନଥିଲେ। ଆସିକା ଉପଖଣ୍ଡ ଅଧୀନ ଥାନା ଗୁଡିକରେ ମଦ ମାଫିଆ, ବାଲି ମାଫିଆ,ପଥର ମାଫିଆ, ଚୋରା ସୁନା ଚଲାଣ,ଗଞ୍ଜେଇ ଚୋରା ଚାଲାଣ, ଚୋରା ମଦ ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଥିଲା।ଅପରାଧୀ ମାନେ ଦିନ ଦ୍ବି ପ୍ରହରରେ ଅପରାଧ ଘଟାଇବା ପାଇଁ ପଛାଉ ନଥିଲେ। କୋଟି କୋଟି ଟଙ୍କାର ବାଲି, ପଥର, ମଦ ଖୁଲମ ଖୁଲା ଚୋରା ଚାଲାଣ ହେଉଥିଲା। ଏଥିପାଇଁ ସବୁବେଳେ ଆସିକା ଅଞ୍ଚଳ ଚର୍ଚ୍ଚାରେ ରହି ଆସୁଥିଲା।ଏହି ସବୁ ଅସାମାଜିକ କାର୍ଯ୍ୟ ବନ୍ଦ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ହିଞ୍ଜିଳି କାଟୁ କୋଳିଦାସ ପୁର, ଆସିକାର କେନ୍ଦୁପଦର ଚେରମାରିଆ, ନରସିଂହ ପଲ୍ଲୀ ସାଙ୍ଗକୁ ଆସିକା ନିରାଳ, ରିଷିପୁର, ଗହଙ୍ଗୁ ଧରାକୋଟ ଥାନା ଅଞ୍ଚଳର ସୁବର୍ନେଶ୍ଵର ଆଦି ନଦୀ ଘାଟରୁ ବାଲି ଚୋରା ଚାଲାଣ ବନ୍ଦ କରିବା ପାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହା ବନ୍ଦ କରିବା ପ୍ରତିବଦଳରେ ବାଲି ମାଫିଆଙ୍କ ଠାରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଥିଲେ ଏବଂ ଅଭିଯୋଗ କରୁଥିବା ଗ୍ରାମବାସୀ ଙ୍କ ବିରୁଦ୍ଧରେ ମିଥ୍ୟା କେସ ଦେଉଥିଲେ। ସେହିଭଳି ଚୋରା ମଦ ଧରିବା ପ୍ରତିବଦଳରେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀକୁ ଆସିକାରେ ଡରାଇ ତାଙ୍କ ଠାରୁ ମାସିକ ବଟି ନେଉଥିବା ଘଟଣାରେ ଆସିକା ସନ୍ଧିନୂଆପଲ୍ଲୀ ର ଶିବ ସାହୁ ନାମକ ଜଣେ ମଦ ବ୍ୟବସାୟୀ ୧ସିସି ୫/୨୦୨୫ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନାମରେ ଦାଖଲ କରିଥିଲେ। ଏହା କେସ ବର୍ତ୍ତମାନ ବିଚାରଧୀନ ରହିଛି। ସେହିଭଳି ଆସିକାର ଜଣେ ବିଶିଷ୍ଠ ସୁନା ବ୍ୟବସାୟୀ ଚିଦାନନ୍ଦ ଆଚାରୀ ଙ୍କ ଲକ୍ଷାଧିକ ଟଙ୍କାର ସୁନା ନେଇ ଟଙ୍କା ନଦେଇ ଧମକ ଦେଉଥିବା ଘଟଣା ନିକଟରେ ବିଭିନ୍ନ ସୋସିଆଲ ମିଡିଆରେ ଘୁରି ବୁଲିବା ଘଟଣା ମଧ୍ୟ ଚର୍ଚ୍ଚା କୁ ଆସିଥିଲା।ଆସିକା, ହିଞ୍ଜିଳି, ଧରାକୋଟ ଅଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କାର ଚୋରା ବାଲି ଚାଲାଣ କାରୀଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଘଟଣା ବାରାମ୍ବର ଅଭିଯୋଗ ପରେ ଶେଷରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିର୍ଦେଶ କ୍ରମେ କବିସୂର୍ଯ୍ୟନଗର ଥାନାରେ ପ୍ରୋବେସନର ଆଇପିଏସ ନୀତିଶ କୁମାର ମିଶ୍ର ଏହି ସବୁ ଅଞ୍ଚଳ ରେ ଚୋରା ବାଲି ଗାଡି ଜବତ କରି ଥିଲେ ସେତେବେଳେ ମହାଶୟ ଙ୍କ ପାରିବା ପଣିଆ ପଦାରେ ପଡିଥିଲା। ଚୋରା ବାଲି ମଦ ଓ ଅସାମାଜିକ ଙ୍କୁ ସାହାଯ୍ୟ କରିବାରେ ଉସ୍ତାଦ ଥିବା ସହ ମିଥ୍ୟା କେସ ଏନକାଉଣ୍ଟର ଦେବାରେ ବମ୍ବେର ବିବାଦୀୟ ଦୟା ନାୟକ ପରି କାର୍ଯ୍ୟ କରିଥିଲେ ବୋଲି ଆସିକା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଆସିକା ପୋଲିସ ସବଡ଼ିଭିଜନ ହେଲା ଦିନଠାରୁ ଏସ ଡିପିଓ ଭାବେ ବହୁ ଦକ୍ଷ ଅଧିକାରୀ ଓଡ଼ିଶାରେ ପ୍ରଶଂସିତ ହେଉଥିବା ବେଳେ ଏସଡ଼ିପିଓ ହୋଇ ନିଲମ୍ବନ ହେବା ଘଟଣା ପ୍ରଥମ। ଆସିକା ଉପଖଣ୍ଡ ପୋଲିସ ଅଧୀନରେ ଆଠୋଟି ଥାନାରେ ବିଭିନ୍ନ ଆଇନର ଆଳ ଦେଖାଇ ଅଧିକ ଚାପ ଦେଇ ନିଜେ ଫାଇଦା ଉଠାଇବାରେ ଅଧିକାରୀ ଜଣକ ଧୁରନ୍ଧର ଥିଲେ। ବାବୁଙ୍କ ବିନା ଅନୁମତିରେ କୌଣସି କେସ ଆଗକୁ ବଢ଼ି ପାରିନଥିଲା। ଆସିକା ପୋଲିସ ସବଡ଼ିଭିଜନ ଅଧୀନରେ ବହୁ ହତ୍ୟା, ଡକାୟତି, ବଳାତ୍କାର ଚୋରା ଗଞ୍ଜେଇ ଚାଲାଣ ର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ପୋଲିସ ଅଧିକାରୀ ଜଣଙ୍କର ସମସ୍ତ କାରନାମା ପାଦକୁ ଆସିବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।ଏସ୍ଡ଼ିପିଓ ସନ୍ତୋଷ କୁମାର ଜେନାଙ୍କ ନିଲମ୍ବନ ପରେ ଆଜି ଗିରିଜା ନନ୍ଦନ ପଟ୍ଟନାୟକ ଏସ ଡିପିଓ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।