ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ

ମଙ୍ଗଳବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଛି । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଗ୍ରହଣ ଦିନ କାର୍ତିକ ପୂର୍ଣ୍ଣିମା ପଡ଼ୁଥିବାରୁ କେତେବେଳେ ଡଙ୍ଗା ଭସାଇବେ, ତାକୁ ନେଇ ଚିନ୍ତାରେ ଶ୍ରଦ୍ଧାଳୁ ।

ସେପଟେ ଚନ୍ଦ୍ରଗ୍ରହଣ ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା କରାଯିବ । ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଦେଖାଯିବ । ସେହିପରି ଭାରତରେ ପରବର୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଦେଖାଯିବ ।