ଆସନ୍ତାକାଲି ଚନ୍ଦ୍ରଗହଣ, ଶ୍ରୀମନ୍ଦିରର ସାରାରାତି ହେବ ନୀତିକାନ୍ତି ।

ଆସନ୍ତାକାଲି ଚଳିତ ବର୍ଷର ଶେଷ ଚନ୍ଦ୍ରଗହଣ । ଗ୍ରହଣ ଲାଗୁଥିବାରୁ ହିନ୍ଦୁ ପରମ୍ପରା ଅନୁଯାୟୀ ଅନେକ ରୀତିନୀତି ରହିଛି । କାଲି ଭୋର ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ତେବେ କାର୍ତ୍ତିକ ପୂର୍ଣ୍ଣମା ଥିବାରୁ ରାତି ୨ଟାରୁ ଭୋର ୫ଟା ୩୮ ମିନିଟ ଯାଏଁ ଡଙ୍ଗା ଭସାଇ ପାରିବେ ଶ୍ରଦ୍ଧାଳୁ । ଗ୍ରହଣ ଯୋଗୁଁ ଆଜି ସାରାରାତି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଚାଲିବ । ଗ୍ରହଣ ନୀତିକୁ ଦୃଷ୍ଟିରେ ରଖି ଆଜି ରାତି ପହୁଡ଼ ଠାରୁ ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ତେବେ ଅପରାହ୍ଣ ୨ଟା ୩୮ ପର୍ଯ୍ୟନ୍ତ ସୁନାବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ମଙ୍ଗଳବାର ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ଗ୍ରହଣ ଲାଗୁଥିବାରୁ ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ । କାର୍ତ୍ତିକ ପୂର୍ଣ୍ଣମୀ ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶ୍ରୀମନ୍ଦିରର ନୀତିରେ ପରିବର୍ତ୍ତନ କରାଯାଇଛି । ସାରାରାତି ନୀତିକାନ୍ତି ଚାଲିବ ।