ରାଜ୍ୟରେ ତେଲ ସଙ୍କଟ ନାହିଁ, ଭୟଭୀତ ହୋଇ କିଣନ୍ତୁ ନାହିଁ: ଯୋଗାଣ ବିଭାଗ ପ୍ରମୁଖ ସଚିବ

୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି

ଭୁବନେଶ୍ୱର, ୧୩/୦୫: ରାଜ୍ୟରେ ତେଲ ଅଭାବ ଦେଖାଦେଉଥିବା ବେଳେ ତେଲ ସଙ୍କଟ ଆଦୌ ନାହିଁ ବୋଲି କହିଲେ ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂ। ଶ୍ରୀ ସିଂ କହିଛନ୍ତି, ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇଛି। ଡ୍ରାଏ ଆଉଟ୍ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁଁ ଦେଖାଦେଇଛି। ତେଲ ଅଭାବ ଯୋଗୁଁ ଆଦୌ ଡ୍ରାଏ ଆଉଟ୍ ସ୍ଥିତି ଦେଖାଦେଇନି

ସ୍ବାଭାବିକ ସ୍ଥିତିରେ ବି ୨୦/୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ୍ ସ୍ଥିତି ଦେଖାଯାଏ। ଏଭଳି ଡ୍ରାଏ ଆଉଟ୍ ସ୍ଥିତିର ମନିଟରିଂ ଚାଲିଛି, ବ୍ୟବସ୍ଥା କରିବୁ। ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ। ଘରୋଇ ବସ୍‌ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ, ବସ୍‌ ଚାଲିବାରେ ଅସୁବିଧା ନାହିଁ ବୋଲି କହିଛନ୍ତି।