‘ଦରଦାମ୍‌ ବଢ଼ିବାର ସମ୍ଭାବନା ନାହିଁ, ସାମଗ୍ରୀ ମହଜୁଦ ରହିଛି’

‘ସରକାର ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କଲେ ସମସ୍ୟା ହେବନି’

ଭୁବନେଶ୍ୱର, ୧୬/୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରଠୁ ସାରା ବିଶ୍ବରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପେଟ୍ରୋଲ ଓ ଡିଜେଲରେ ୩ ଟଙ୍କା ବୃଦ୍ଧି। ଅନ୍ୟ ପଟେ ଖାଇବା ତେଲ ମଧ୍ୟ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ସେପଟେ ଦରଦାମ ବୃଦ୍ଧିକୁ ନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି, କେହି ଭୟଭୀତ ହୋଇ ଅଧିକ କିଣାକିଣି କରନ୍ତୁ ନାହିଁ। ଦରଦାମ୍‌ ବଢ଼ିବାର କୌଣସି ସମ୍ଭାବନା ନାହିଁ, ସାମଗ୍ରୀ ମହଜୁଦ ରହିଛି। ସରକାର ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କଲେ ସମସ୍ୟା ହେବନି। ଏସବୁ ସତ୍ତ୍ବେ ଏବେ ପରିବହନକାରୀ ସଂସ୍ଥା ଅଧିକ ଦେୟ ଦାବି କରୁଛନ୍ତି। ତେଣୁ ଯାହା ଅଧିକ ଖର୍ଚ୍ଚ ହେବ ତାହା ଖାଉଟିଙ୍କ ଉପରେ ହିଁ ପଡ଼ିବ ବୋଲି କହିଛନ୍ତି।