ଭୁବନେଶ୍ୱର, ୧୬/୦୫: ଆଣ୍ଡାମାନ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ଅନେକ ଅଂଶ, ସମଗ୍ର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମକୁ ଛୁଇଁଛି। ଆଣ୍ଡାମାନ ଦ୍ୱୀପର କିଛି ଅଂଶରେ ଆଜି ପ୍ରବେଶ କରିଛି।
ତେବେ ଆଇଏମଡି଼ ପୂର୍ବାନୁମାନ କରିଥିଲା ଯେ, ମେ ୨୬ରେ ମୌସୁମୀ କେରଳ ଛୁଇଁବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧ ତାରିଖରେ ସାଧାରଣ ମୌସୁମୀ ଆଗମନ ତାରିଖଠାରୁ ପ୍ରାୟ ଛଅ ଦିନ ପୂର୍ବରୁ ମେ ୨୬ ରେ କେରଳ ଛୁଇଁବା ସମ୍ଭାବନା ବୋଲି ଆକଳନ କରିଥିଲା ଆଇଏମଡି଼।