ସଡ଼କ ଦୁର୍ଘଟଣାରେ ଆହତ ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି

ମହେଶ୍ୱର ସାହୁଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ସାଂସଦ ଅନନ୍ତ ନାୟକ

କେନ୍ଦୁଝର, ୧୬/୦୫: ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ଵର ସାହୁ ସଡ଼କ ଦୁର୍ଘଟଣାରେ ବାମ ଗୋଡ ଭାଙ୍ଗି ଯାଇଥିବା ଖବର ପାଇ କେନ୍ଦୁଝର ସାସଂଦ ଶ୍ରୀମାନ ଅନନ୍ତ ନାୟକ ଆଜି ଶ୍ରୀ ସାହୁ ଙ୍କ ଆନନ୍ଦପୁର ସହରସ୍ଥ ଲକ୍ଷ୍ମୀ ବଜାର ସାହିସ୍ଥିତ ବାସଭବନ ପହଞ୍ଚି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି। ତତସହିତ ଜିଲ୍ଲା ର ବର୍ତ୍ତମାନ ର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମାନ ଆଲୋକ ସେଠୀ, ଘସିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଡକ୍ଟର ଶମ୍ଭୁନାଥ ରାଉତ, ବିଜେପି ଜିଲ୍ଳା ଉପସଭାପତି ଶ୍ରୀ ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଜିଲ୍ଳା ସାଧାରଣ ସମ୍ପାଦିକା ଶ୍ରୀମତୀ ଜଶସ୍ଵିନୀ ବଳ,ବରିଷ୍ଠ ବିଜେପି ନେତା ଶୁଶାନ୍ତ ଜେନା,ବେଲବାହାଳି ସରପଞ୍ଚ ଶ୍ରୀମତୀ ଦୀପ୍ତି ସାହୁ, ଆନନ୍ଦପୁର ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁ, ମଳୟ ମିଶ୍ର, ପ୍ରସାନ୍ତ ମହାପାତ୍ର,ବବିତା ଶତପଥୀ, ରବିନ୍ଦ୍ର ସାହୁ, ବିରଞ୍ଚି ନାରାୟଣ ପାତ୍ର, ପ୍ରାଣବନ୍ଧୁ ସାହୁ, ରାଜେନ୍ଦ୍ର ସାହୁ, ଧବଲେଶ୍ବର ସାହୁ, ଗଗନ ବିହାରୀ ସାହୁ, ରାମ ଚନ୍ଦ୍ର ମହାପାତ୍ର, ପ୍ରଣୟନୀ ବ୍ରହ୍ମ୍,ଦୀପକ ରାମ, ଦୁଃଖବନ୍ଧୁ ରଣା, ସୋନାଲି ସାହୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି।