ମହାକାଳପଡ଼ା, ୧୮/୦୫: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷକ। ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ ରଘୁନାଥ ଦାସ ଜଣେ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ଠାରୁ ୫ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି।
ସୂଚନା ଅନୁସାରେ, ଦରମା ବିଲ୍ କରାଇବା ପାଇଁ ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ। ଧରାପଡ଼ିବା ପରେ ଅଧିକ ଖୋଳତାଡ଼ ଜାରି ରହିଛି।