କଳାହାଣ୍ଡି, ୧୯/୦୫: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ। ଧର୍ମଗଡ଼ର ସହକାରୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ବାସଭବନରେ ଚାଲିଛି ରେଡ୍। ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ଗୋଷାଣୀମୁଣ୍ଡା ସ୍ଥିତ ଘର, କୁସୁମଖୁଣ୍ଟିରେ ଥିବା ପୈତୃକ ଘରେ, କିଟ୍ ପଦର ଫାର୍ମହାଉସ, ଧର୍ମଗଡ଼ ଓ ଭବାନୀପାଟଣା ସ୍ଥିତ ଅଫିସରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ଚଢ଼ାଉରେ କଳାହାଣ୍ଡି ,କୋରାପୁଟ ଓ କଟକ ଭିଜିଲାନ୍ସ ବିଭାଗ ସାମିଲ ଅଛନ୍ତି।