ଭୁବନେଶ୍ୱର, ୧୯/୦୫: କାଲି ସାରା ଦେଶରେ ବନ୍ଦ ରହିବ ସମସ୍ତ ଔଷଧ ଦୋକାନ। ବନ୍ଦ ଡାକରା ଦେଇଛି ଡ୍ରଗିଷ୍ଟ ଆସୋସିଏସନ୍। ମେ’ ୨୦ରେ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି AIOCD ବା ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟସ୍ ଆଣ୍ଡ ଡ୍ରଗିଷ୍ଟସ୍।
ଔଷଧ ଦୋକାନ ବନ୍ଦ ଡାକରା ପ୍ରଭାବକୁ ନେଇ ସତର୍କ ଓଡ଼ିଶା ସରକାର। ଜରୁରୀ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକ ଯେପରି ଅସୁବିଧାରେ ନପଡ଼ନ୍ତି ସେନେଇ ଗୁରୁତ୍ୱ ଦିଆଯାଉଛି। ଜୀବନରକ୍ଷାକାରୀ ଔଷଧର ଅଭାବ ନହେବା ଉପରେ ଗୁରୁତ୍ୱ ଦିଆଯାଉଛି। ହସ୍ପିଟାଲ୍ରେ ମେଡିକାଲ୍ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।
ଅନ୍ଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ କରି ବନ୍ଦ ଡାକରା ଦେଇଛି AIOCD।