ମେ ୨୫ରୁ ହାଇଟେକ୍ କ୍ରିକେଟ ଏକାଡେମୀରେ ତାଲିମ୍ ଶିବିର
କ୍ରିକେଟ୍ ତାଲମ୍ ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି ତିରୁପତି ପାଣିଗ୍ରାହୀ
ଭୁବନେଶ୍ବର, ୧୯/୦୫: ହାଇଟେକ୍ କ୍ରିକେଟ୍ ଏକାଡେମୀରେ ଚଳିତ ମେ ମାସ ୨୫ ତାରିଖରୁ, କ୍ରିକେଟ୍ ତାଲିମ୍ ଶିବିର ଆୟୋଜନ ହେବ ଏଥିରେ, ସମସ୍ତ ବୟସର ସ୍କୁଲ୍ ଓ କଲେଜ୍ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବେ । ଉଭୟ ବୋଲିଂ ଓ ବ୍ୟାଟିଂର ତାଲିମ୍ ପ୍ରଦାନ କରାଯିବା ସହ ନୂତନ କୌଶଳ ଏବଂ ଫିଜିକାଲ୍ ଫିଟ୍ନେସ୍ର ଗୁରୁମନ୍ତ୍ର ପ୍ରଦାନ କରିବେ ବରିଷ୍ଠ କ୍ରିକେଟ୍ କୋଚ୍ ତଥା, ହାଇଟେକ୍ର କ୍ରୀଡା ଓ ସଂସ୍କୃତି ଅଧିକାରୀ ଲଳିତେନ୍ଦୁ ମହାନ୍ତି I ଏଥିପାଇଁ ଆସନ୍ତା ୨୦ ତାରିଖ ସୁଦ୍ଧା ଇଛୁକ ଖେଳାଳୀ ମାନେ ସେମାନଙ୍କ ନାମ ପଞ୍ଜିକୃତ କରିବାକୁ ହେବ, ଅଧିକ ଜାଣିବା ପାଇଁ କ୍ରିକେଟ୍ କୋଚ୍ ଲଳିତେନ୍ଦୁ ମହାନ୍ତିଙ୍କୁ ତାଙ୍କ ଫୋନ୍ ନମ୍ବର- ୭୦୦୮୩୦୫୫୨୭ରେ ଯୋଗାଯୋଗ କରିପାରିବେ । ଦୂରଦୁରାନ୍ତରୁ ଆସିବାକୁ ଥିବା ଖେଳାଳୀଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଛି I ଓଡିଶାରେ କ୍ରିକେଟ ଖେଳାଳୀଙ୍କ ଅଭାବ ଦୂର କରିବା ସହ, ଉନ୍ନତ ମାନର ଯୁବ କ୍ରିକେଟ ଖେଳାଳୀ ପ୍ରସ୍ତୁତ କରିବା ଏହି କୋଚିଂ କ୍ୟାମ୍ପର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୋଚ୍ ଶ୍ରୀ ମହାନ୍ତି କହିଛନ୍ତି l ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଏହି କ୍ରିକେଟ୍ ତାଲମ୍ ପାଇଁ ସମସ୍ତ ସାହାଯ୍ୟ ଓ ସହଯୋଗ ଯୋଗାଇଦେବାର ପ୍ରତିଶୃତି ଦେଇଛନ୍ତି।