ଭୁବନେଶ୍ୱର, ୨୬/୦୫: ପ୍ରକାଶ ପାଇଲା OAS ରେଜଲ୍ଟ. OPSC ପରିଚାଳିତ OCS-୨୦୨୪ ରେଜଲ୍ଟ ପ୍ରକାଶିତ ହୋଇଛି। ମୋଟ୍ ୨ ଶହ କୃତକାର୍ଯ୍ୟ ହୋଇଥିବା ବେଳେ ମହିଳା ବର୍ଗରୁ ୭୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ବୁବୁନ ସାହୁ ଟପ୍ପର, ଶୋଭନା ମହାନ୍ତି ଦ୍ବିତୀୟ ରାଙ୍କରେ ଅଛନ୍ତି। ତୃତୀୟରେ ଜିତମିତ୍ର ସାହୁ, ଚତୁର୍ଥରେ କନକ ଜୈନ, ପଞ୍ଚମରେ ସଂଗ୍ରାମ ପ୍ରଧାନ, ଷଷ୍ଠରେ ଅମନ ଗୋୟଲ, ସପ୍ତମରେ ଶାନ୍ତନୁ କୁମାର ଶତପଥୀ, ଅଷ୍ଟମରେ ନିତେଶ କୁମାର ବାରିକ, ନବମରେ ଶୀତଲ ପାତ୍ର, ଦଶମ ରାଙ୍କରେ ଈତିଶ୍ରୀ ଜେନା ରହିଛନ୍ତି।
ମୋଟ ପରୀକ୍ଷା ଦେଇଥିଲେ ୩୫ ହଜାର ୧୬୫ ପରୀକ୍ଷାର୍ଥୀ।ପ୍ରିଲିମ୍ ପରେ ୩୮୫ ଜଣ ଇଣ୍ଟରଭ୍ୟୁ ପାଇଁ କ୍ବାଲିଫାଏ କରିଥିଲେ। ଏଥର ୧୭ ମାସ ଭିତରେ ପ୍ରକାଶ ପାଇଛି ରେଜଲ୍ଟ। ଫଳରେ UPSC ସିଭିଲ୍ ଦେଉଥିବା ପିଲାଙ୍କ ସମସ୍ୟା ରହିବନି।