ଓଡିଶା ଅମଲା ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ

ବୈଠକରେ ଜିଲ୍ଲା ଅମଲା ମାନଙ୍କର ଦାବି ବିଷୟରେ ଆଲୋଚନା ହୋଇଥିଲା

ଭୁବନେଶ୍ୱର, ୨୬/୦୫: ଓଡିଶା ଅମଲା ସଂଘର ୧୭ ତମ ରାଜ୍ୟ ସମ୍ମିଳନୀ ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଓଡିଶା ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଦାସ ଏଥିରେ ସଭାପତିତ୍ୱ କରିଥିଲେ l ଉକ୍ତ ସମ୍ମିଳନୀରେ ସଂଘ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ତରାସିଆ, ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ତ୍ରିପାଠୀ, ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ନାରାୟଣ ଦାଶ, ଅଧ୍ୟକ୍ଷ ଶ୍ରୀଯୁକ୍ତ ହୃଦୟ ବିହାରୀ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ପାତ୍ର , ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅରୁଣ କୁମାର ବଳିଆର ସିଂହ, ପ୍ରାକ୍ତନ ସମ୍ପାଦକ, ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମି ପ୍ରଧାନ, ରାଜ୍ୟ ଅଣ ଗେଜେଟେଡ ସଭାପତି ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଲଲାଟେନ୍ଦୁ ହୋତା, ବରିଷ୍ଠ ପରାମର୍ଶ ଦାତା ଶ୍ରୀଯୁକ୍ତ ବନମାଳୀ ଗିରି ସହିତ ସମସ୍ତ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ଜିଲ୍ଲା ସ୍ତରୀୟ ଅମଲା ମାନେ ବୈଠକରେ ଯୋଗଦାନ କରିଥିଲେ l

ଉକ୍ତ ବୈଠକରେ ଜିଲ୍ଲା ଅମଲା ମାନଙ୍କର ଦାବି ବିଷୟରେ ଆଲୋଚନା ହୋଇଥିଲା l

ରାଜ୍ୟ ସରକାରଙ୍କ ଅଧୀନରେ ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଭିତ୍ତିରେ ଦରମା ଲେବଲ -୯ କରିବା, ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅମଲା ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଭିତ୍ତିରେ ପଦବୀ ପରିବର୍ତ୍ତନ କରାଯାଇ ଦରମା ଲେବଲ -୯, ୨୦୧୭ ମସିହାରୁ ନୋସନାଲ୍ ବେନିଫିଟ୍ ପ୍ରଦାନ କରାଯିବା, ପ୍ରତ୍ୟେକ ଚାରି ବର୍ଷରେ ପଦୋନ୍ନତି କରିବା ପାଇଁ ବୈଠକରେ ଦାବି ଉପସ୍ଥାପନା ହୋଇଥିଲା।

ସଚିବାଳୟ ଏବଂ ସମସ୍ତ ବର୍ଗର କର୍ମଚାରୀ ମାନଙ୍କର ଗୋଟିଏ କ୍ୟାଡର ଥିବାବେଳେ ଅନୁରୂପ ଭାବେ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଗୋଟିଏ କ୍ୟାଡର କରାଯିବାକୁ ଦାବି ହୋଇଥିଲା । କ୍ଲାସ୍-୧,କ୍ଲାସ୍ -୨ ପଦବୀରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପାଇଁ ୫୦% ସଂରକ୍ଷିତ ରଖିବା ଏବଂ ପୁରୁଣା ଥଇଥାନ ନୀତି ଅନୁସାରେ ମୃତ୍ୟୁ ବରଣ କରୁଥିବା କର୍ମଚାରୀ ମାନଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ଉପରେ ଆଲୋଚନା ହୋଇଥିଲା l