ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସିଦ୍ଧାରମୈୟା

ବ୍ରେକ ଫାଷ୍ଟ ମିଟିଂ ଡାକି କ୍ୟାବିନେଟ ସଦସ୍ୟଙ୍କୁ ଜଣାଇଲେ ନିଷ୍ପତ୍ତି

ବେଙ୍ଗାଲୁରୁ, ୨୮/୦୫: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସିଦ୍ଧାରମୈୟା। ଏ ନେଇ ସେ କ୍ୟାବିନେଟ୍‌କୁ ଜଣାଇ ସାରିଛନ୍ତି। ଆଜି (ଗୁରୁବାର) ସକାଳେ ସିଦ୍ଧାରମୈୟା କ୍ୟାବିନେଟ୍ ସଦସ୍ୟଙ୍କୁ ବ୍ରେକଫାଷ୍ଟ ମିଟିଂରେ ଡାକି ନିଜର ଇସ୍ତଫା ନିଷ୍ପତ୍ତି ଜଣାଇଛନ୍ତି। ଏହି ମିଟିଙ୍ଗରେ ଭାବପୂର୍ଣ୍ଣ ଦୃଶ୍ୟ ଦେଖାଯାଇଛି, ଶିବକୁମାର ତାଙ୍କ ପାଦ ଛୁଇଁ ସମ୍ମାନ ଜଣାଇଛନ୍ତି।

ସେ ଆଜି ଅପରାହ୍ଣରେ (ପ୍ରାୟ ୩ଟା ପରେ) ରାଜ୍ୟପାଳ ଠାବରଚନ୍ଦ ଗେହଲୋଟଙ୍କୁ ଇସ୍ତଫା ପତ୍ର ଦେବେ ବୋଲି ଆଶା କରାଯାଉଛି। ଏହା କଂଗ୍ରେସ ହାଇକମାଣ୍ଡ (ରାହୁଲ ଗାନ୍ଧୀ ସମେତ)ର ନିର୍ଦ୍ଦେଶ। ଦିଲ୍ଲୀରେ ମାରାଥନ ଆଲୋଚନା ପରେ ସିଦ୍ଧାରମୈୟା ରାଜି ହୋଇଛନ୍ତି। ସେ ଜାତୀୟ ସ୍ତରରେ କୌଣସି ଭୂମିକା (ସମ୍ଭବତଃ ରାଜ୍ୟସଭା) ନେବାର ଚର୍ଚ୍ଚା ହେଉଛି।

ବର୍ତ୍ତମାନ କର୍ଣ୍ଣାଟକରେ ରାଜନୈତିକ ସ୍ଥିତି ପରିବର୍ତ୍ତନ ରହିଛି। ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।