ଭୁବନେଶ୍ୱର, ୨୮/୦୫: ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେବା ପରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ପ୍ରବଳ ବର୍ଷିଛନ୍ତି ଦେବାଶିଷ ସାମନ୍ତରାୟ।
ଦେବାଶିଷ ସାମନ୍ତରାୟ କହିଛନ୍ତି, ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି। ନବୀନ ନିବାସକୁ ହଠାତ୍ ମୋତେ ଯିବାକୁ ମନା କରାଗଲା। ନବୀନଙ୍କ ଘର କିଏ କବ୍ଜା କରିଛି କେଜାଣି, ନବୀନ ବାବୁ କହିଥିଲେ ପାଣ୍ଡିଆନ୍ ମୋ ଉତ୍ତରାଧିକାରୀ ନୁହେଁ।
ପାଣ୍ଡିଆନ୍ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡୁନାହିଁ। ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡେସନ୍। ବିଜୁ ବାବୁଙ୍କ ସ୍ମୃତିକୁ ଅନ୍ୟ ହାତରେ ଟେକିଦେବାରୁ ସହିପାରିଲିନି। ବାଧ୍ୟହୋଇ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲି। ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ।
ବିଜୁ ବାବୁ ଥିଲେ କଳିଙ୍ଗପୁତ୍ର, କଳିଙ୍ଗ ଷଣ୍ଢ। ତାଙ୍କ ସ୍ମୃତି ଏମିତି ମଳିନ ହୋଇଯିବ ସହିପାରଲିନି। ବିଜୁ ବାବୁଙ୍କୁ ସମ୍ମାନ ଦେଇ ପାରିଲୁନି, ରହିଥାନ୍ତି କାହିଁକି। ଏବେ ବିଜୁ ଜନତା ଦଳରେ ମାଆବାପା ବୋଲି କେହି ନାହାନ୍ତି। ମୁଁ ମୂଳରୁ NDAରେ ଥିଲି। ଏବେ ବିଜେପି ମୋତେ ଯେଉଁ କାମ ଦେବ, ସେ କାମ ନିଶ୍ଚୟ କରିବି ବୋଲି କହିଛନ୍ତି।