ଝାରସୁଗୁଡ଼ାରେ ପାଳନ ହେଲା ମାଣ୍ଡିଆ ଦିବସ; ଯୋଗଦେଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଝାରସୁଗୁଡ଼ାରେ ଗୁରୁବାର ମାଣ୍ଡିଆ ଦିବସ ପାଳନ କରାଯାଇଛି l ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ସହ ଏଥିରୁ ପ୍ରସ୍ତୁତ ଖାଦ୍ୟର ଲୋକପ୍ରିୟତା ପାଇଁ ଏହି  ଦିବସ ପାଳନ ହେଉଥିବା କୁହାଯାଇଛିl ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, କୃଷି ବିଭାଗ ଅଧିକାରୀଙ୍କ ସହ ସ୍ଥାନୀୟ ବୁଦ୍ଧିଜୀବିମାନେ ଯୋଗ ଦେଇଥିଲେ। ଏଥିରେ ଚାଷୀମାନେ ବିଭିନ୍ନ ଷ୍ଟଲରେ ମାଣ୍ଡିଆ ଓ ଏଥିରୁ ପ୍ରସ୍ତୁତ ଖାଦ୍ୟର ପ୍ରଦର୍ଶିତ କରିବା ସହ ଏହାର ଆବଶ୍ୟକତା ଓ ଉପକାରିତା ବିଷୟରେ ବୁଝାଇଥିଲେl

ଏହି ଦିବସ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦ୍ୱାରା ଲୋକେ ପୁଷ୍ଟିକର ଖାଦ୍ୟ ପାଇପାରିବେ ଏବଂ ଚାଷୀ ତଥା ମହିଳାମାନେ ସ୍ୱାବଳମ୍ବୀ ହୋଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତିl ଏହାସହ ଆଗାମୀ ଦିନରେ ମାଣ୍ଡିଆ ଚାଷରେ ଝାରସୁଗୁଡା ଜିଲ୍ଲା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ହେବବୋଲି ନବଦାସ ପ୍ରତିକ୍ରିୟା ଦେଇଛନ୍ତି।