ଅର୍ଚ୍ଚାନା ନାଗ ଗିରଫ ମାମଲା: ଘର ପାଖରେ ଥିବା ଆଇ-୨୦ ଗାଡି ଯାଞ୍ଚ, ମିଳିଲା ଛୁରୀ

ଭୁବନେଶ୍ବର,୧୦।୧୧ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରାବର ନେଇ ଇଡି ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି ।ଅର୍ଚ୍ଚନାଙ୍କ ଘର ନିକଟରେ ଥିବା ନାଲି ରଙ୍ଗର କାରକୁ ଯାଞ୍ଚ କରିଛି ଇଡି । ଘର ପାଖରେ ଥିବା ଆଇ-୨୦ ଗାଡି ଯାଞ୍ଚ କରାଯାଇଛି । ଯାଞ୍ଚ ବଳେ କାର ଭିତରୁ ଏକ ଛୁରୀ ସହ ଗୋଟିଏ ବନ୍ଧୁକ( ଖେଳନା) ଓ କିଛି କାଗଜପତ୍ର ଜବତ ।

ସୂଚନା ଥାଉକି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଥିବା ଅର୍ଚ୍ଚନା ନାଗଙ୍କ ପୈତୃକ ଘରକୁ ମଧ୍ୟ ଇଡି ପକ୍ଷରୁ ମଧ୍ୟ ଚଢାଉ କରାଯାଇଛି । ଘର ବାହାରେ ସିଆରପିଏଫଙ୍କ ବାହିନୀଙ୍କୁ ମୁତୟନ କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଇଡି ବିଭାଗର ଅଧିକାରୀ ଯାଞ୍ଚ କରୁଛନ୍ତି। ସେହିପରି ଅନ୍ୟପଟେ ଭବନେଶ୍ୱର ସତ୍ୟ ବିହାରସ୍ଥିତ ଘରେ ମଧ୍ୟ ଇଡିର ୫ ଜଣିଆ ଟିମ୍‌ ପକ୍ଷରୁ ଚଢାଉ ଆରମ୍ଭ କରିଛି । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍‌ ବାହିନୀ ନିୟୋଜିତ ରହିଛନ୍ତି । ଚଢ଼ଉ ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ସୂଚନା ମିଳିଛି ।