ବରଗଡ଼ରେ ପଶ୍ଚିମ ଓଡ଼ିଶା ବୈଦ୍ୟୁତିକ ଠିକାଦାର ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ପ୍ରମୁଖ ଜିଲ୍ଲାରୁ ବୈଦ୍ୟୁତିକ ଠିକାଦାରମାନେ ସାମିଲ
ବରଗଡ଼, ୩୧/୦୫: : ଆଜି ବରଗଡ଼ ସହରର ଏକ ଘରୋଇ ହୋଟେଲ ଠାରେ ପଶ୍ଚିମ ଓଡ଼ିଶା ବୈଦ୍ୟୁତିକ ଠିକାଦାର ସଂଘ (WOECA) ର ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୋନପୁର ଏବଂ କଳାହାଣ୍ଡି ଭଳି ପ୍ରମୁଖ ଜିଲ୍ଲାରୁ ବୈଦ୍ୟୁତିକ ଠିକାଦାରମାନେ ସାମିଲ ହୋଇଥିଲେ।
ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ରାଜ କୁମାର ରାୟ, କାର୍ଯ୍ୟକାରୀ ସଭାପତି ପ୍ରଦୋଷ କୁମାର ପଣ୍ଡା, ଉପ-ସଭାପତି ଦେବାନନ୍ଦ ବାବୁ, ସମ୍ପାଦକ ଶିଶିର କୁମାର ରଥ, କୋଷାଧ୍ୟକ୍ଷ ସୁବ୍ରତ କୁମାର ପ୍ରଧାନ ମଞ୍ଚାସୀନ ଥିବା ବେଳେ, ଚନ୍ଦ୍ରଶେଖର ବାଗ ଓ ହିମାଂଶୁ ପଣ୍ଡାଙ୍କ ସହିତ ସଂଘର ଅନ୍ୟ ସଦସ୍ୟମାନେ ବୈଠକରେ ଉପସ୍ଥିତ ରହି ବୈଦ୍ୟୁତିକ ଠିକାଦାରମାନଙ୍କ ସମସ୍ୟା ଓ ସମାଧାନ ଦିଗରେ ନିଜର ମତ ରଖିଥିଲେ।