ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୩୪ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

ଓଡ଼ିଶାର ବେଲପଣା, ସୁସ୍ୱାଦୁ ଆମ୍ବକୁ ଦେଶରେ ଲୋକପ୍ରିୟ କରାଇଲେ ମୋଦିଜୀ: ମନମୋହନ ସାମଲ

ଓଡ଼ିଶାର ଆମ୍ବ ଓ ବେଲ ଚାଷୀକୁ ଅଧିକ ଚାଷ କରି ସେମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ

ଭୁବନେଶ୍ୱର, ୩୧/୦୫: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୪ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀ ସମାଜ ଏବଂ ଜାତୀୟ ଜୀବନ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ । କ୍ରାଡ଼ା, ଜ୍ଞାନ ଓ ବିଜ୍ଞାନରେ ଭାରତର ସଫଳତା ଉପରେ କହିଥିଲେ । ସବୁଥର ପରି ଚଳିତଥର ମଧ୍ୟ “ମନ କି ବାତ୍‌”ରେ ମୋଦିଜୀ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶାରୁ ୨୦୦ ଓ ୪୦୦ ମିଟର ଦୌଡରେ ପ୍ରତିନିଧିତ୍ୱ କରୁଥିବା ଜାତୀୟ ରେକର୍ଡଧାରୀ ଅନିମେଶ କୁଜୁର ବିଷୟରେ ମୋଦିଜୀ କହି ଯୁବବର୍ଗଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଉତ୍ସାହିତ କରିଛନ୍ତି । ଓଡ଼ିଶାର ବେଲପଣା ଓ ସୁସ୍ୱାଦୁ ଆମ୍ବର “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଶଂସା କରି ଏହାକୁ ସାରା ଦେଶରେ ମୋଦିଜୀ ଅଧିକ ଲୋକପ୍ରିୟ କରାଇଛନ୍ତି । ବିଶେଷ କରି ବେଲ ପଣାକୁ ଭାରତ ପରମ୍ପରା ସହ ଯୋଡି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି । ମୋଦିଜୀଙ୍କ ପ୍ରଶଂସା ଓଡ଼ିଶାର ଆମ୍ବ ଚାଷୀକୁ ଅଧିକ ଚାଷ କରି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୩୧ ଓ ୧୩୨ ବୁଥ୍ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଶହୀଦ ସ୍ପୋର୍ଟିଂ କ୍ଲବରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଶ୍ରୀ ପବିତ୍ର ମୋହନ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।