ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେଲେ ଆଦିତ୍ୟ ଠାକରେ

ମୁମ୍ବାଇ: ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦକ୍ଷିଣାଞ୍ଚଳରୁ ବାହାରି ମହାରାଷ୍ଟ୍ରରେ ପହଞ୍ଚିଛି। ଆଉ ଏଠି ରାହୁଲ ଗାନ୍ଧୀଙ୍କ ସହିତ ରାଲିରେ ଯୋଗ ଦେଇଛନ୍ତି ଶିବସେନା ନେତା ତଥା ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ। ମହାରାଷ୍ଟ୍ର ହିଙ୍ଗୋଳୀର କଲମ୍ନୁରୀ ଠାରେ ଯାତ୍ରାରେ ଯୋଗ ଦେଇଛନ୍ତି ଆଦିତ୍ୟ।

ଆଦିତ୍ୟଙ୍କ ସହିତ ମହାରାଷ୍ଟ୍ରର ବିରୋଧୀ ଦଳର ନେତା ଅମ୍ବାଦାସ ଦାନଭେ ଓ ପୂର୍ବତନ ବିଧାୟକ ସଚିନ ଅହିର ମଧ୍ୟ ଏହି ଏହି ଯାତ୍ରାରେ ଯୋଗ ଦେଇ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି। କେବଳ ଆଦିତ୍ୟ ନୁହଁନ୍ତି ଶିବସେନ ମୁଖ୍ୟ ଅଦିତ୍ୟ ଠାକରେଙ୍କୁ ବି ଯାତ୍ରାରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି। କଂଗ୍ରେସର ଏହି ଯାତ୍ରା ୬୫ ଦିନରେ ପହଞ୍ଚିଛି।

ପୂର୍ବରୁ କଂଗ୍ରେସ ଏନ୍‌ସିପି ଓ ଶିବସେନା ମିଶି ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ କରିଥିଲେ। ହେଲେ ଏକନାଥ ସିନ୍ଦେ ବିଦ୍ରୋହ କରି ସରକାର ଭାଙ୍ଗିବାରୁ ସରକାର ଗଡ଼ିଯାଇଥିଲା। ଏବେ ରାଜ୍ୟରେ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଓ ସିନ୍ଦେଙ୍କୁ ଶିବସେନା ମଧ୍ୟରେ ଟଣାଓଟରା ଜାରି ରହିଥିବା ବେଳେ ଆଦିତ୍ୟଙ୍କର କଂଗ୍ରେସ ରାଲିରେ ଯୋଗ ଦେବା ଆଗକୁ ମହାରାଷ୍ଟ୍ରରେ ଦୁଇ ଦଳର ମେଣ୍ଟକୁ ସଂକେତ ଦେଉଛି ବୋଲି ଚର୍ଚ୍ଚା ହେଉଛି।