ଭୁବନେଶ୍ୱର, ୦୪/୦୬: ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ ଘଟିଛି। ୯୦ ବର୍ଷ ବୟସରେ ଆଖି ବୁଜିଛନ୍ତି ସାହିତ୍ୟିକ ଜେପି ଦାସ। ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଆଇଏଏସ ଚାକିରିରୁ ଅବସର ପରେ ସାହିତ୍ୟ ସାଧନରେ ବ୍ରତୀ ଥିଲେ। ଓଡ଼ିଆ ସାହିତ୍ୟର ସବୁ ବିଭାଗରେ ସେ କଲମ ଚାଳନା କରିଥିଲେ। କବିତା ପୁସ୍ତକ ‘ପରିକ୍ରମା’ ଲାଗି ପାଇଥିଲେ ସରସ୍ବତୀ ସମ୍ମାନ। ଐତିହାସିକ ଉପନ୍ୟାସ ‘ଦେଶ କାଳ ପାତ୍ର’ ଜେପିଙ୍କର କାଳଜୟୀ କୃତି। ଓଡ଼ିଆ ସାହିତ୍ୟ ଏକାଡେମୀ, ଶାରଳା ଓ ବିଷୁବ ପୁରସ୍କାର ଲାଭ କରିଥିଲେ ଶ୍ରୀଯୁକ୍ତ ଜେପି ଦାସ।