ଏସ୍ଆଇଆରକୁ ନେଇ ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଶିକ୍ଷଣ କର୍ମଶାଳା
ବୁଥ ସ୍ତରରେ ସମସ୍ତ ବିଏଲଓଙ୍କୁ ପ୍ରଶିକ୍ଷଣ ପ୍ରଦାନ କଲେ ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା
ଭୁବନେଶ୍ୱର, ୦୭/୦୬: ଆଜି ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକର କଳାବୋଦା ପଞ୍ଚାୟତରେ ଏସ୍ଆଇଆର କାର୍ଯ୍ୟକାରିତା ସଂପର୍କରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା, ବୁଥ୍ ସ୍ତରରୁ ଆସିଥିବା ସମସ୍ତ ବିଏଲଏଙ୍କୁ ଏସ୍ଆଇଆର ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଜିଲ୍ଲା ସଭାପତି ଶିବପ୍ରସାଦ ଭୋଳ, ବରିଷ୍ଠ ନେତା ପ୍ରମୋଦ ରଥ, ପ୍ରମୋଦ ସାମଲ, ସତ୍ୟାନନ୍ଦ ରାଉତ, ଏଲିଜା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲା ବେଳେ ରାଜେଶ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।