ନୂଆଦିଲ୍ଲୀ, ୨୬/୧୦: ଉତ୍ତରପ୍ରଦେଶର ସୁଲତାନପୁର ସାଂସଦ/ବିଧାୟକ କୋର୍ଟ ୨୦୧୮ ମସିହାର ଏକ ମାନହାନି ମାମଲାରେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲା ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ କରାଯାଇଥିବା ଏକ ବୟାନକୁ ନେଇ ଚାଲିଥିଲା
୨୦୧୮ ମସିହା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବେଙ୍ଗାଲୁରୁଠାରେ ଏକ ରାଲିରେ ରାହୁଲ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ ଯେ ବିଜେପି ନିଜକୁ ସ୍ୱଚ୍ଛ ଦଳ ବୋଲି ଦାବି କରୁଥିବା ବେଳେ ଏହାର ତତ୍କାଳୀନ ସଭାପତି ଅମିତ ଶାହ ଜଣେ ହତ୍ୟାକାରୀ। ଏହି ମନ୍ତବ୍ୟକୁ ନେଇ ବିଜେପି ନେତା ବିଜୟ ମିଶ୍ର ୨୦୧୮ ଅଗଷ୍ଟରେ ଉତ୍ତରପ୍ରଦେଶର ସୁଲତାନପୁର କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ।
ସୁଲତାନପୁରର ସ୍ୱତନ୍ତ୍ର ସାଂସଦ/ବିଧାୟକ କୋର୍ଟ ଶୁଣାଣି ଶେଷ କରି ରାହୁଲ ଗାନ୍ଧୀଙ୍କୁ ଏହି ମାମଲାରେ ନିର୍ଦ୍ଦୋଷ ଦର୍ଶାଇ ଖଲାସ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନି ଅଭିଯୋଗରେ ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଶୁଣାଣି ସମୟରେ ରାହୁଲ ଗାନ୍ଧୀ ପୂର୍ବରୁ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ଏବଂ ଜାମିନ ମଧ୍ୟ ନେଇଥିଲେ।