ଭୁବନେଶ୍ୱର, ୦୯/୦୬: ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ନାମ ଶବ୍ଦ। ‘ଦୀଘା ଜଗନ୍ନାଥ ଧାମ’ ନାମକରଣ ପରିବର୍ତ୍ତନ ଦାବି କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
‘ଦୀଘା ଜଗନ୍ନାଥ ଧାମ’ ବଦଳରେ ‘ଶ୍ରୀଜଗନ୍ନାଥ ମନ୍ଦିର, ଦୀଘା’ ଲେଖିବାକୁ ପ୍ରସ୍ତାବ ଦେଇଛନ୍ତି। ଚାରି ଧାମ ମଧ୍ୟରୁ ପୁରୀ ଶ୍ରୀକ୍ଷେତ୍ର ଅନ୍ୟତମ ଧାମ ବୋଲି ସମସ୍ତେ ଜାଣନ୍ତି। ‘ଦୀଘା ଜଗନ୍ନାଥ ଧାମ’ ନାମକରଣ ଶ୍ରଦ୍ଧାଳୁ ଭାବାବେଗକୁ ଆଘାତ ଦେଉଛି। ତେଣୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।