ସୌମ୍ୟ ହତ୍ୟା: ଦୟାଲ ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ ରିପୋର୍ଟ ଦେଲେ ରେଲୱେ ADG

ଡିଜିପିଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର, ୦୯/୦୬: ବାଲିଅନ୍ତା ଭିଡ଼ ଭିତରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲାରେ ଡିଜିପିଙ୍କୁ ରିପୋର୍ଟ ଦେଲେ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ADG। ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କ ବିରୋଧରେ ତଦନ୍ତ କରି ରିପୋର୍ଟ ଦେଇଥିବା ସୂଚନା ମିଳିଛି।

ମୃତ GRP କନେଷ୍ଟବଳ ସୌମ୍ୟଙ୍କୁ ନେଇ IPSଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। IPS ଅଧିକାରୀ ସୌମ୍ୟଙ୍କୁ ଘରୋଇ କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଥିଲା।

ଏ ନେଇ IPS ଅଧିକାରୀଙ୍କ ବିରୋଧରେ ସୌମ୍ୟଙ୍କ ବାପାମାଆ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଧାରରେ ତଦନ୍ତ ରିପୋର୍ଟ ଦେବାକୁ ରେଲଓ୍ବେ ADGଙ୍କୁ କୁହାଯାଇଥିଲା।