ଭୁବନେଶ୍ୱର, ୧୩/୦୬: ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର ଆଣିଛନ୍ତି ରାଜ୍ୟ ସରକାର। ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬ ଚିଠା ପ୍ରକାଶ ପାଇଛି।
ନୂଆ ନିୟମ ଅନୁଯାୟୀ, ଏଣିକି ଲିଖିତ ଘର ଭଡ଼ା ଚୁକ୍ତି ବାଧ୍ୟତାମୂଳକ ହେବ। ମୌଖିକ ଚୁକ୍ତିରେ ଘର ଭଡ଼ା ଦେବା-ନେବା ସମ୍ଭବ ନୁହେଁ। ଘର ମାଲିକ ଓ ଭଡ଼ାଟିଆ ମଧ୍ୟରେ ଲିଖିତ ଚୁକ୍ତିନାମା ହେବ। ୨ ମାସରେ ଭଡ଼ା ପ୍ରାଧିକରଣ ଓ ଥାନାରେ ପଞ୍ଜୀକରଣ କରିବାକୁ ହେବ।
ଘର ଭଡା ପାଇଁ ଡିଜିଟାଲ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା ହେବ। ଅନଲାଇନ୍ ପୋର୍ଟାଲ୍ରେ ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ।ଭଡ଼ା ଦର ନିର୍ଦ୍ଧାରଣରେ ସରକାରୀ ହସ୍ତକ୍ଷେପ ରହିବ ନାହିଁ। ଚୁକ୍ତିରେ ଉଲ୍ଲେଖ ଥିଲେ ଘର ମାଲିକ ଭଡ଼ା ବଢ଼ାଇ ପାରିବେ।
୫୯ ବର୍ଷର ପୁରୁଣା ଆଇନ ପରିବର୍ତ୍ତନ କରି ନୂଆ ଆଇନ୍ ଆସିବ। ‘ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ, ୧୯୬୭’ ଓ ୧୯୭୪ ସଂଶୋଧନ ଆଇନ ରଦ୍ଦ ହେବ।