ପ୍ରଥମ ରଜ ପାଳିଲା ବିଶ୍ଵ ଓଡ଼ିଆ ପରିବାର

ଦୋଳିରେ ଝୁଲିଲେ ବାଚସ୍ପତି

ଭୁବନେଶ୍ୱର, ୧୪/୦୬: ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ରାଜ୍ୟ ସଂଗ୍ରହାଳୟଠାରେ ଏକ ଭବ୍ୟ ଦିବ୍ୟ ରଜ ମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯକ୍ରମରେ ଉଦ୍ଘାଟକ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗ ଦେଇ ଥିବା ବେଳେ ପ୍ରକୃତି ଓ ସଂସ୍କୃତି ସମନ୍ନୟର ପର୍ବ ରଜ ସମ୍ପର୍କରେ ଉଦବୋଧନ ଦେଇ କହିଥିଲେ ଯେ, ଗାଁରୁ ସହର ଦୂରତା କମିଗଲାଣି ଓ ରଜ ସହରାଞ୍ଚଳରେ ମଧ୍ୟ ଧୁମ୍ ଧାମରେ ପାଳନ ହେଉଛି।

ସମ୍ମାନିତ ଅତିଥି ଓଡ଼ିଶା ଅଲମ୍ପିକ୍ସ ଆସୋସିଏସନ୍ ର ସଭାପତି ସମୀର ମହାନ୍ତି, ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିବା ବେଳେ, ମଞ୍ଚ ପରିଚାଳନା ଡା.ପ୍ରୀତି ପ୍ରତିମା ଭୋଳ ଓ ମନୋରଞ୍ଜନ ଷଡ଼ଙ୍ଗୀ କରିଥିଲେ। ବିଶ୍ୱା ଓଡ଼ିଆ ପରିବାରର ଅଧକ୍ଷ ସର୍ଜନ ଶର୍ମା ସଭାପତିତ୍ୱ କାର୍ଯ୍ୟ ତୁଲାଇ ଥିଲେ। ପରିଚାଳନା ନିର୍ଦ୍ଦେଶକ ସମୟ, ଅନିତା ମହାନ୍ତି, ଶିଳ୍ପପତି ସସ୍ମିତା ସୂତାର, ଶବ ଦାହାକ୍ ରଞ୍ଜନା ଦେଇ, ପର୍ବତ ଆରୋହୀ ବିବରଣୀ ପତ୍ର ଓ କବୟତ୍ରୀ ବିଜୟାଲକ୍ଷ୍ମୀ ପଟ୍ଟନାୟକ, କୃତି ମହିଳା ମାନଙ୍କୁ ସମ୍ମାନିତ କରାଯାଇ ଥିଲା।ଏହି ପରି ପେଖିରେ କୁନି କୁନି ଝିଅ ମାନଙ୍କ ଦ୍ୱାରା ରାଜ ସଜବାଜ, କନ୍ୟା ପୂଜନ ଚିତ୍ରାଙ୍କନ ତଥା ମହିଳାମାନଙ୍କୁ ନେଇ ଭବ୍ୟ ପୁଚି ଓ ହୁଳହୁଳିର ଆସର ଦେଖିବାକୁ ମିଳିଥିଲା।

ଶେଷରେ କବି ସମ୍ମିଳନୀ ଓ ରଜ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କଣ୍ଠ ଶିଳ୍ପୀ ସୁସ୍ମିତା ଦାସ ଅତିଥି ଭାବେ ଯୋଗ ଦେଇ ଥିଲେ। ପୁରାତନ ସଙ୍ଗୀତ ଗାନ କରି ଦର୍ଶକ ମାନଙ୍କୁ ବିମୋହିତ କରି ଥିଲେ। ବହୁ ସଂଖ୍ୟାରେ କବି ଉପସ୍ଥିତ ଥିଲେ। ଶେଷରେ ମନୋରଞ୍ଜନ ପାଣିଗ୍ରାହୀ,ପୂର୍ବତନ ସଂସ୍କୃତି ବିଭାଗ, ପ୍ରକୃତି ଓ ସଂସ୍କୃତି ସମନ୍ନୟର ପର୍ବ ରଜ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ସମସ୍ତ କବି ଓ କବୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇ ଥିଲା।

କାଳନ୍ଦୀ ସାମଲ, ପ୍ରତାପ ପାଣି, ସଙ୍ଗୀତା ଦାଶ, ଅଞ୍ଜନ କୁମାର ଦେବତା, କୃପାସିନ୍ଧୁ ମହାନ୍ତି, କୁଳମଣି ରାଉତ, ଲକ୍ଷ୍ମଣ ପାଲ୍, ସାଧୁ ଚରଣ ବେହେରା, ରାକେଶ ପାଢୀ, ଅକ୍ଷୟ କୁମାର ବଳିୟାରସିଂହ, ସଂଗ୍ରାମ ସ୍ୱାଇଁ, ଗୀତା ରାଣୀ ବେହେରା, ସୁବ୍ରତ କିଶୋର ନାୟକ, ତ୍ରିଗୁଣ ଦାସ ମହାପାତ୍ର, ସୁଜିତ ଦାସ, ଭବାନୀ ମିଶ୍ର, ରଜମିତ୍ରା ପ୍ରହରାଜ, ଆରତୀ ମିଶ୍ର ଓ ସୁରେଶ ସାହୁ ପ୍ରମୁଖ ଏହି ସଭାରେ ଉପସ୍ଥିତ ଥିଲେ।