କଲ୍ୟାଣସିଂହପୁର, ୧୪/୬(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ ଥାନା ଅଧିକାରିଣୀ କଳ୍ପନା ବେହେରା। ଆଜି ଅପରାହ୍ନରେ ତିନିଜଣ ସାମ୍ବାଦିକଙ୍କୁ ଖୋଜି ଖୋଜି ଆସି ବହି ଦୋକାନଠାରେ ଥିବା ସାମ୍ବାଦିକଙ୍କୁ ଡାକି ଥାନା ଅଧିକାରୀ କଳ୍ପନା ବେହେରା ବଜାର ମଝିରେ ଲୋକଙ୍କ ଉପସ୍ଥିତିରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ।
ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରୀ ଶିକରପାଇ ଲୋକମାନେ ଥାନା ଅଧିକାରୀ କଳ୍ପନା ବେହେରା ଦୁବ୍ୟବହାର କରିଥିବା ନେଇ ଥାନା ସମ୍ମୁଖରେ ଉତ୍ତେଜନା ଲାଗି ରହିଥିଲା। ସେଥିରେ ଥାନା ଅଧିକାରିଣୀ କଳ୍ପନା ବେହେରା ଭୁଲ ମାଗିଥିଲେ। ଏହି ଖବର ପ୍ରଚାର ପ୍ରସାର କରାଯିବା ପରେ ଆଜି ଅପରାହ୍ନରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏ ସମ୍ପର୍କରେ ଏସଡିପିଓ ଗୌରହାରୀ ସାହୁ ପଚାରିବାରୁ ସେ କହିଲେ କଣ ହୋଇଛି ମୁଁ ବୁଝୁଛି ବୋଲି କହିଲେ।