ପାତ୍ରପୁର,୧୪/୦୬:(ସୁରେଶ କୁମାର ପଟ୍ଟନାୟକ): ପାତ୍ରପୁର ବ୍ଲକର ବରଙ୍ଗ ଗ୍ରାମ ନିକଟରେ ଥିବା ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରର ସୁରକ୍ଷା ତାର ସଂସ୍ପର୍ଶରେ ଆସି ଏକ ମଇଁଷିର ମୃତ୍ୟୁ ଘଟିଛି। ମୃତ ମଇଁଷିଟି କେଶରୀପଡ଼ା ପଞ୍ଚାୟତ ଅନ୍ତର୍ଗତ ଭେଜିପଦର ଗ୍ରାମର ଦୁବା ନାରସାୟାଙ୍କର ବୋଲି ଜଣାପଡ଼ିଛି।
ଆଜି ସକାଳେ ଚରୁଥିବା ବେଳେ ମଇଁଷିଟିର ଶିଙ୍ଗ ଟ୍ରାନ୍ସଫର୍ମର ଖୁଣ୍ଟିରେ ଥିବା ସୁରକ୍ଷା ତାରରେ ଲାଗିଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାହାର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ବିଦ୍ୟୁତ୍ ବ୍ୟବସ୍ଥାର ତ୍ରୁଟି ଓ ଟିପିଏସଓଡିଏଲର ଅବହେଳାକୁ ଦାୟୀ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଟ୍ରାନ୍ସଫର୍ମର ନିକଟରେ ଅସୁରକ୍ଷିତ ବିଦ୍ୟୁତ୍ ବ୍ୟବସ୍ଥା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା।
ଘଟଣା ପରେ ବିଦ୍ୟୁତ୍ ବିଭାଗର କର୍ମଚାରୀମାନେ ପରିଦର୍ଶନ କରି ସାତ ଦିନ ମଧ୍ୟରେ ଆବଶ୍ୟକ ମରାମତି କାମ ଶେଷ କରାଯିବ ବୋଲି କହିଥିବା ଜଣାପଡ଼ିଛି। ମୃତ ମଇଁଷି ମାଲିକ୍ ଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଦାବୀ ହେଉଛି। ଟିପିଏସଓଡିଏଲର ଏମିତି ବ୍ଳକ ର ବହୁତ ଯାଗାରେ ବିପଦ ସଙ୍କୁଳ ଅବସ୍ଥାରେ ଫ୍ରାନ୍ସ ଫର୍ମ ପଡିରହିଥିବା ନଜରକୁ ଆସୁଥିଲେ ମଧ୍ୟ ବିଭାଗ ନିଘୋଡ଼ ନିଦରେ ଶୋଇଛଥିବା ଦେଖିବାକୁ ମିଳିଛି। ଏମିତି ଛଟ ବଡ ଦୁର୍ଘଟଣା ଘଟିଲେ ବିଭାଗ ପହଞ୍ଚି ସେହି ଯାଗାରେ ହି ସୁବନ୍ଦୋବସ୍ତ କରୁଥିବା ଅନେକ ନଜିର ରହିଛି। ଏଥିପ୍ରତି ଯତ୍ନବାନ ହେଇ ବିଦ୍ୟୁତ ବିଭାଗ (ଟାଟା ପାୱାର) ଲୋକମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ଯୋର ଧରିଥିବା ଦେଖିବାକୁ ମିଳିଛି।