ଆଉ ୩ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି

ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିଷ୍ପତ୍ତି

ଭୁବନେଶ୍ୱର, ୧୭/୦୬: ପ୍ରବଳ ଖରା ସହ ଗୁଳୁଗୁଳି ଯୋଗୁଁ ପୁଣି ୩ ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଛି। ଗଞ୍ଜାମ, ବୌଦ୍ଧ ଓ ବଲାଙ୍ଗୀର ଜିଲ୍ଲାରେ ସ୍କୁଲ ଛୁଟି ୨୦ ତାରିଖ ଯାଏଁ ବୃଦ୍ଧି ହୋଇଛି।

ଏହି ଛୁଟି ଅବଧି ମଧ୍ୟରେ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ଓ କଲେଜ ଛୁଟି ରହିବ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।

ପୂର୍ବରୁ ଅନୁଗୁଳ, ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଛୁଟି ଅବଧି ବୃଦ୍ଧି କରାଯାଇଥିଲା।