ଭୁବନେଶ୍ୱର, ୧୮/୦୬: ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍ପେଣ୍ଡ୍। ସସ୍ପେଣ୍ଡ୍ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ବାଲିଅନ୍ତା ଭିଡ଼ ହତ୍ୟାରେ ସୌମ୍ୟ ମୃତ୍ୟୁ ମାମଲାରେ ବିବାଦୀୟ ହୋଇଥିଲେ। ସୌମ୍ୟଙ୍କୁ ଗଙ୍ଗୱାର ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବାପା, ମାଆ।
ସୂଚନାଯୋଗ୍ୟ ଯେ, ବାଲିଅନ୍ତାର ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦୟାଲ ଗଙ୍ଗୱାରଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ବାପା ଓ ମାଆ। ହତ୍ୟା ଘଟଣାରେ ଗଙ୍ଗୱାରଙ୍କ ସଂପୃକ୍ତି ଥିବା ମଧ୍ୟ ସୌମ୍ୟଙ୍କ ମାଆ ଅଭିଯୋଗ କରିଥିଲେ। ଯାହା ପରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ଯାହାର ତଦନ୍ତ ଭାର ନେଇଥିଲେ ଆଇପିଏସ୍ ଅରୁଣ ବୋଥ୍ରା। ତଦନ୍ତ କରି ଡିଜିପିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।