କୋରାପୁଟ, ୧୯/୦୬: ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି।
ଏହି ଚଢ଼ାଉରେ ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ନିୟୋଜିତ ଅଛନ୍ତି।
ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଚଢ଼ାଉ ଚାଲିଛି:-
୧. କୋରାପୁଟ, ଜୟପୁରର ପାରାବେଡାରେ ଥିବା ଶ୍ରୀ ସେଠୀଙ୍କ ଭଡା ଘର।
୨. ଶ୍ରୀ ସେଠୀଙ୍କ ଆବାସିକ ଫ୍ଲାଟ୍, ଫ୍ଲାଟ୍ ନଂ. G/B.6-14, ଗ୍ରାଉଣ୍ଡ ଫ୍ଲୋଟ୍, ବ୍ଲକ- B-6, ପ୍ଲଟ୍ ନଂ.132, ମାଧିପୁର ମୌଜା, ଜଟଣୀ, ଖୋର୍ଦ୍ଧା ଅନ୍ତର୍ଗତ ହାଇ-ଟେକ୍ ପ୍ଲାଜାରେ।
୩. ତାଙ୍କର ପୈତୃକ ଘର ଗ୍ରାମ- ଜାହାନଗର, ଡେରାବିସ୍, କେନ୍ଦ୍ରାପଡ଼ା।
୪. ଶ୍ରୀ ସେଠୀଙ୍କ ଆବାସିକ ସରକାରୀ କ୍ୱାର୍ଟର କୋଟପାଡ, ଜୟପୋର, କୋରାପୁଟ।
୫. ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ ଚାମ୍ବର କୋଟପାଡ, କୋରାପୁଟ।
୬. ଶ୍ରୀ ସେଠୀଙ୍କ ଫାର୍ମ ମୌଜା- ତାରାଗାଁ, ବୋରିଗୁମା ତହସିଲ, କୋରାପୁଟ।
୭. ଶ୍ରୀ ସେଠୀଙ୍କ ଆଉ ଏକ ଫାର୍ମ ମୌଜା- ତାରାଗାଁ, ବୋରିଗୁମା ତହସିଲ, କୋରାପୁଟ।