ବିଭାବନାର ସାରସ୍ଵତ ଆସର ଓ ପୁସ୍ତକ ଉନ୍ମୋଚନ
ରମେଶ ଚନ୍ଦ୍ର ମଙ୍ଗରାଜଙ୍କୁ “ବିଭାବନା ସାରସ୍ଵତ ସମ୍ମାନ”ରେ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୨୦/୦୬: ଆଜି ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହ, ମାଷ୍ଟରକ୍ୟାଣ୍ଟିନ୍ ଠାରେ “ବିଭାବନା” ସାହିତ୍ୟ ପତ୍ରିକା ର ଏକ ସ୍ୱତନ୍ତ୍ର ସାରସ୍ଵତ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ସଭା ଅନୁଷ୍ଠିତ ହୋଇଯାଇଅଛି । ନିର୍ମଳା ମହାପାତ୍ର ଙ୍କ ଅଧକ୍ଷତାରେ ଉଦଘାଟକ ଭାବେ ସୀତାବଲ୍ଲବ ମହାପାତ୍ର, ମୁଖ୍ୟ ଅତିଥି ଭାବେ ଡ. ବୈରାଗୀ ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଡ. ଆରତୀ କର, ସମ୍ମାନିତ ଅତିଥି ଭାବେ ଅଭିନ୍ନ ରାଉତରାୟ ଯୋଗଦେଇ ମାତୃଭାଷା କିପରି ସାହିତ୍ୟ ର ଭିତ୍ତିଭୂମି ହୋଇଆସିଛି ସେ ବିଷୟରେ ଆଲୋକପାତ କରିଥିଲେ । ଅତିଥି ମାନଙ୍କ କର କମଳ ରେ “ବିଭାବନା” ର ରଥ ସଂଖ୍ୟା -୨୦୨୬ , ପୁଣ୍ୟ ପ୍ରଦୀପ ମିଶ୍ର ଙ୍କ ପୁସ୍ତକ “ସୃଜନ ସମ୍ଭାର” ଓ ନିର୍ମଳା ମହାପାତ୍ର ଙ୍କ ପୁସ୍ତକ” ସମ୍ବନ୍ଧାୟନ” ଉନ୍ମୋଚନ ହେବା ସହ ଅନୁସୃତା ସିଂହ ଦେଓ “ଡ. ଆଶା ମିଶ୍ର ସ୍ମୃତି ସମ୍ମାନ -୨୦୨୬” ଓ ରମେଶ ଚନ୍ଦ୍ର ମଙ୍ଗରାଜ “ବିଭାବନା ସାରସ୍ଵତ ସମ୍ମାନ” ରେ ସମ୍ବର୍ଦ୍ଧିତ ହୋଇଥିଲେ । “ସୃଜନ ସମ୍ଭାର” ପୁସ୍ତକର ସମୀକ୍ଷା ଡ. ଲକ୍ଷ୍ମୀକାନ୍ତ ଖୁଣ୍ଟିଆ କରିଥିବାବେଳେ ଡ.ଦେବାଶିଷ ମହାପାତ୍ର ସଭା ପରିଚାଳନା କରିଥିଲେ । ବିଭାବନା ର ସମ୍ପାଦକ ମାନସ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ପୁଣ୍ୟ ପ୍ରଦୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ୬୦ ଜଣ କବିଙ୍କୁ ନେଇ ଡ. ଶୁଭ୍ରା ନନ୍ଦ ଙ୍କ ଅଧ୍ୟକ୍ଷତା ଓ ସତ୍ୟଜିତ୍ ଦାସଙ୍କ ସଂଯୋଜନାରେ ସ୍ୱରଚିତ କବିତା ଆସର ଆୟୋଜନ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ କୈଳାଶ ଚନ୍ଦ୍ର ଧଳ ଯୋଗ ଦେଇ ଥିଲେ ।