ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା

ଆମ୍ବୁଲାନ୍ସରେ ଆଉ ଏକ ସନ୍ତାନ ଜନ୍ମ

କଟକ, ୨୧/୦୬: ଚଳନ୍ତା ଟ୍ରେନରେ ପ୍ରସବ କଲେ ମହିଳା ଯାତ୍ରୀ। ରାଉରକେଲା-ଗୁଣପୁର ରାଜାରାଣୀ ଏକ୍ସପ୍ରେସରେ ଶିଶୁପୁତ୍ର ଜନ୍ମ ଦେଲେ। ପରେ ମେଡ଼ିକାଲ ଯିବା ବାଟରେ‌ ଆମ୍ବୁଲାନ୍ସରେ ମଧ୍ୟ ଏକ ସନ୍ତାନ ଜନ୍ମ ଦେଇଛନ୍ତି।

ସୂଚନାଯୋଗ୍ୟ, ଜେନେରାଲ୍‌ କୋଚ୍‌ରେ ମହିଳା ଜଣକ ଯାତ୍ରା କରିବା ବେଳେ ପ୍ରସବ ବେଦନା ହୋଇଥିଲା। ରେଲ୍ ମଦଦରେ ଅଭିଯୋଗ ପରେ କଟକ ଷ୍ଟେସନରେ ପହଞ୍ଚିଥିଲା RPF ଟିମ୍। ହେଲେ ସେତେବେଳକୁ ଶିଶୁକୁ ଜନ୍ମ ଦେଇ ସାରିଥିଲେ ମହିଳା। RPF କର୍ମଚାରୀ ମହିଳାଙ୍କ ପାଇଁ ଜରୁରୀ ସହାୟତା ବ୍ୟବସ୍ଥା କରିଥିଲେ। କିନ୍ତୁ ପୁଣି ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ SCB ପଠାଯାଇଥିଲା। ହସ୍ପିଟାଲ ନେବା ବାଟରେ ଆମ୍ବୁଲାନ୍ସରେ ଦ୍ୱିତୀୟ ଶିଶୁ ଜନ୍ମ ଦେଇଥିଲେ। ମା ଓ ଉଭୟ ନବଜାତ ସୁସ୍ଥ ଅଛନ୍ତି।