ରାୟଗଡ଼ା ଭିଡ଼ ହିଂସା: ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ପାଇଁ ନିର୍ଦ୍ଦେଶ
ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଯିବା ପାଇଁ ଡିଜିପିଙ୍କ ନିର୍ଦ୍ଦେଶ
କଲ୍ୟାଣସିଂହପୁର, ୨୧/୦୬: ରାୟଗଡା କଲ୍ୟାଣସିଂହପୁରରେ ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ। ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ। ଆସନ୍ତାକାଲି ରେଡ୍ ଫ୍ଲାଗ ମାମଲା ରୁଜୁ କରିବ CAW।
ବର୍ତ୍ତମାନ ଠାରୁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଫାଷ୍ଟ ଟ୍ରାକ କୋର୍ଟରେ ଚାଲିବ ମାମଲାର ବିଚାର। ତଦନ୍ତର ଅଗ୍ରଗତି ସମୀକ୍ଷା କରିବାକୁ CAW ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। CAW ଏଡିଜି ଏସ୍ ସାଇନିଙ୍କ ନେତୃତ୍ବରେ ରାୟଗଡ଼ା ଯିବ ଟିମ୍। ଆବଶ୍ୟକ ପଡ଼ିଲେ ଦିଲ୍ଲୀ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଡିପି।
ଆକ୍ରମଣର ଶିକାର ଯୁବକ ଓ ଯୁବତୀ ୨ ଜଣଙ୍କର ଵୟାନ ରେକର୍ଡ ସରିଛି। ଏହି ମାମଲାରେ ଏବେ ସୁଦ୍ଧା ମୋଟ ୨୧ ଜଣ ଗିରଫ ହୋଇଛନ୍ତି।
ଆଗକୁ ଆହୁରି ବଢ଼ିବ ଗିରଫଦାରୀ ସଂଖ୍ୟା। ଏ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ତେବେ ରାୟଗଡ଼ା ପୋଲିସର ତ୍ୱରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଡିଜିପି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ସନ୍ଧ୍ୟାରେ ରାୟଗଡ଼ାର କଲ୍ୟାଣସିଂହପୁରରେ ଏକ ଏନଜିଓରେ କାର୍ଯ୍ୟରତ ଜଣେ ଯୁବକ ଓ ଯୁବତୀଙ୍କୁ ପିଲା ଚୋର ସନ୍ଦେହରେ ଆକ୍ରମଣ କରିଥିଲେ। ଆକ୍ରମଣର ଶିକାର ଯୁବକ ଜଣକ ସେଠାରୁ ଖସି ଯାଇ ଥାନାରେ ଜଣାଇଥିଲେ। ଯାହା ପରେ ପୋଲିସ ସହ ପାଖରେ ଥିବା କିଛି ଯୁବକ ମଧ୍ୟ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।