ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

‘ଯୋଗ ଅଛି ତ ରୋଗ ନାହିଁ’

କଲ୍ୟାଣ ସିଂହପୁର, ୨୧/୦୬: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଭାରାପ୍ରାପ୍ତ ଡାକ୍ତର ସୌମ୍ୟ ରଞ୍ଜନ ଜେନାଙ୍କ ନେତୃତ୍ୱରେ ୧୨ ତମ ଯୋଗ ଦିବସ ଅନୁଷ୍ଠିତ କରାଯାଇଥିଲା। ଉକ୍ତ ଯୋଗ ଦିବସରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ଯୋଗ ଗୁରୁ ଭାବରେ କାର୍ଯ୍ୟଭାର ନେଇ ଯୋଗ ଦିବସକୁ ଶୁଭାରମ୍ଭ କରିଥିଲେ।

ଏହି ଦିବସରେ ସେ ବାର୍ତ୍ତା ଦେଇଥିଲେ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ଯୋଗ କରିବା ନିତାନ୍ତ ଆବଶ୍ୟକ। ଯୋଗ ଅଛି ତ ରୋଗ ନାହିଁ। ପ୍ରତିଦିନ ୪୦ ରୁ ୪୫ ମିନଟ ଯୋଗ କରିବା, ଚାଲିବା, ପ୍ରାଣାୟାମ କରିବା ଏବଂ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ବାର୍ତ୍ତା ଦେଇଥିଲେ। ନିଜକୁ ମଦ୍ୟ, ପାନ, ପୁଡିଆ, ସିଗାରେଟ, ଭାଙ୍ଗ, ଚିଲମ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୁରେଇ ରହିବାକୁ ଅବଗତ କରାଇଥିଲେ।

ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଯୋଗ କରିଥିଲେ ଓ ଏହାର ସୁପ୍ରଭାବ ବିଷୟରେ ବୁଝିଥିଲେ। ଏହି କାର୍ଯ୍ୟକ୍ରମକୁ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ପରିଚାଳନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବିଜେପିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଚାଲୁଥିବା କାର୍ଯ୍ୟକ୍ରମ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସରେ ବ୍ଲକର ପ୍ରାୟ ୨୦ ଜଣ ଉପସ୍ଥିତ ରହି ଯୋଗ କରିଥିଲେ।