ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍

୭ ମୃତ, ଅନେକ ଗୁରୁତର

ଚେନ୍ନାଇ, ୨୧/୦୬: ତାମିଲନାଡୁର ତିରୁଭଲ୍ଲୁର୍ ଜିଲ୍ଲାର ପେରିୟପାଲୟମ୍ ନିକଟବର୍ତ୍ତୀ କନ୍ନିଗାଇପୈର୍‌ରେ ଥିବା ସେଣ୍ଟ ପିଟର୍ସ ପୌଲ ସିଂ ଫୁଡ୍ ଏକ୍ସପୋର୍ଟ୍ସ ନାମକ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୭ ମହିଳା କର୍ମଚାରୀଙ୍କର ମୃତ୍ୟୁ ହୋଇଛି ଏବଂ ୬୭ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫ୍ୟାକ୍ଟୋରୀରେ ପ୍ରାୟ ୧୨୦ ଜଣ ଦାଦନ କର୍ମଚାରୀ ଥିଲେ। ଯେଉଁମାନେ ଓଡ଼ିଶା, ଆସାମ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟରୁ ଆସିଥିଲେ।

ସମ୍ଭବତଃ ରେଫ୍ରିଜରେସନ୍ ସିଷ୍ଟମରୁ ସମ୍ଭବତଃ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ ପ୍ରତ୍ୟେକ ମୃତ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ଏବଂ ଏକ ତିନି ସଦସ୍ୟ ବିଶିଷ୍ଟ ଏକ ତଦନ୍ତ କମିଟି ଗଠନ କରିଛନ୍ତି। NDRF ଟିମ୍ ଉଦ୍ଧାର କାର୍ଯ୍ୟ ଚଳାଉଛି।