ବେଆଇନ ସୁଧ କାରବାରରେ ଗଞ୍ଜାମ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ

ଜଣେ ଗିରଫ, ୧୭ ମୋଟରସାଇକେଲ ସହ ବହୁ ସାମଗ୍ରୀ ଜବତ

ଗଞ୍ଜାମ, ୨୭/୦୬: ଗଞ୍ଜାମ ପୋଲିସ ବେଆଇନ ସୁଧ କାରବାର ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରି ଏକ ଅବୈଧ ଋଣ ପ୍ରଦାନ ଚକ୍ରର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଆସିକା ଥାନା ମାମଲା ନଂ-୩୩୯, ତାରିଖ ୨୬.୦୬.୨୦୨୬, ଧାରା ୩୧୬(୨)/୩୧୮(୪)/୩୦୮(୨) ବିଏନଏସ୍‌ ଅନୁଯାୟୀ ମାମୁଡ଼ିହା ଗ୍ରାମର ୫୬ ବର୍ଷୀୟ ଲକ୍ଷ୍ମଣ କୁମାର ପାଣିଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଦୀର୍ଘ ବର୍ଷ ଧରି ଲୋକଙ୍କ ସମ୍ପତ୍ତି ବନ୍ଧକ ରଖି ବେଆଇନ ଭାବେ ଋଣ କାରବାର କରି ଆସୁଥିଲେ।

ଚଢ଼ାଉ ବେଳେ ପୋଲିସ ୧୭ଟି ମୋଟରସାଇକେଲ, ୧୮ଟି ମୋବାଇଲ ଫୋନ, ନଗଦ ୩୧ ହଜାର ଟଙ୍କା , ୧୫ଟି ଡ୍ରାଇଭିଂ ଲାଇସେନ୍ସ, ୧୫ଟି ଏଟିଏମ୍ କାର୍ଡ ଏବଂ ଗୋଟିଏ ଡାଏରୀ ଜବତ କରିଛି।

ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଆର୍ଥିକ ଠକେଇ ଓ ବେଆଇନ ସୁଧ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଗଞ୍ଜାମ ପୋଲିସ ପକ୍ଷରୁ କୁହାଯାଇଛି।