କୋଟିଏ ଟଙ୍କାର ବାଲି ଜବତ

ଜବତ ବାଲିକୁ ନିଲାମ କରିବ ଜିଲ୍ଲା ପ୍ରଶାସନ

ଜଗତସିଂହପୁର, ୨୮/୯୬: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ଚଢ଼ାଉ। ବେଆଇନ ଭାବେ ଗଚ୍ଛିତ ହୋଇଥିବା ୫୦୦ ଟ୍ରିପ୍‌ରୁ ଊର୍ଦ୍ଧ୍ବ ବାଲି ଜବତ କରାଯାଇଛି। ବିରିଡ଼ି ବ୍ଲକ ଶଙ୍ଖାରୀସାହିରେ ଏହି ବାଲି ଜବତ କରିଛି ଜିଲ୍ଲା ପ୍ରଶାସନ। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା। ଜବତ ବାଲିର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ଵ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବିଏନଏସ ଧାରା ୧୬୩ ଜାରି କରାଯାଇଛି। ଜବତ ବାଲିକୁ ନିଲାମ କରିବ ପ୍ରଶାସନ।