ଉମରକୋଟ, ୨୮/୦୬: ୪ ବର୍ଷର ଶିଶୁକନ୍ୟା ଉପରେ ଚଢ଼ିଗଲା ଟ୍ରକ୍। ମା’ ସହ ଯାଉଥିବା ବେଳେ ଶିଶୁକନ୍ୟା ଉପରେ ଚଢ଼ିଗଲା ଟ୍ରକ୍। ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଝରିଗାଁ ବ୍ଲକର କୋଇଗାଁ ଅଞ୍ଚଳର ଜଣେ ମହିଳା ତାଙ୍କ ତିନି ଶିଶୁଙ୍କୁ ଧରି ଯାଉଥିବା ବେଳେ ପଛପଟୁ ଚଢ଼ିଯାଇଥିଲା ଟ୍ରକ।
ଘଟଣାସ୍ଥଳରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମୃତଦେହ ଜବତ କରି ତଦନ୍ତ କରୁଛି ଉମରକୋଟ ପୋଲିସ। ତେବେ ମା’ ହାତରେ ଆଉ ଦୁଇ ଶିଶୁ ଥିବାରୁ ସେମାନେ ବର୍ତ୍ତି ଯାଇଛନ୍ତି।