ସୁରଟ (ଉଧନା) – ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସର ନିୟମିତ ଚଳାଚଳ
ସମୟସୀମାକୁ ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବାକୁ ବୃଦ୍ଧି
ଭୁବନେଶ୍ୱର, ୦୮/୦୭: ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଯାତ୍ରୀଙ୍କ ସୁବିଧା ଏବଂ ରେଳ ସଂଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ୧୯୦୨୧/୧୯୦୨୨ ସୁରଟ (ଉଧନା)–ବ୍ରହ୍ମପୁର–ସୁରଟ (ଉଧନା) ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ସମୟସୀମାକୁ ସପ୍ତାହକୁ ତିନି ଦିନ ପରିବର୍ତ୍ତେ ଦୈନିକ ସେବାକୁ ବୃଦ୍ଧି କରିଛି।
ଏହି ପରିବର୍ତ୍ତନ ଦ୍ୱାରା ଉଭୟ ରାଜ୍ୟ ମଧ୍ୟରେ ଯାତାୟାତ କରୁଥିବା ଶ୍ରମିକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକମାନେ ଅଧିକ ସୁବିଧା ପାଇବେ। ସଂଶୋଧିତ ସମୟସୂଚୀ ନିମ୍ନଲିଖିତ ଅଟେ:
ଟ୍ରେନ ନଂ ୧୯୦୨୧ ସୁରଟ (ଉଧନା) – ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ ଉଧନାରୁ ବର୍ତ୍ତମାନର ରବିବାର, ବୁଧବାର ଏବଂ ଶୁକ୍ରବାର ସେବା ବଦଳରେ, ୦୯ ଜୁଲାଇ ୨୦୨୬ ଗୁରୁବାର ଠାରୁ ପ୍ରତିଦିନ ଚାଲିବ।
ଟ୍ରେନ ନଂ ୧୯୦୨୨ ବ୍ରହ୍ମପୁର – ସୁରଟ (ଉଧନା) ଅମୃତ ଭାରତ ଏକ୍ସପ୍ରେସ: ବ୍ରହ୍ମପୁରରୁ ବର୍ତ୍ତମାନର ସୋମବାର, ଗୁରୁବାର ଏବଂ ଶନିବାର ସେବା ବଦଳରେ, ୧୦ ଜୁଲାଇ ୨୦୨୬ ଶୁକ୍ରବାର ଠାରୁ ପ୍ରତିଦିନ ଚାଲିବ।
ଅମୃତ ଭାରତ ଏକ୍ସପ୍ରେସକୁ ଦୈନିକ ସେବାରେ ପରିଣତ କରିବା, ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ରୁଟରେ ବଢ଼ୁଥିବା ଯାତ୍ରୀଙ୍କ ଚାହିଦାକୁ ପୂରଣ କରିବା ପାଇଁ ଭାରତୀୟ ରେଳବାଇର ଏକ ପ୍ରତିବଦ୍ଧତା। ଏହି ରେଳ ସେବା ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବ।
ଯାତ୍ରୀମାନଙ୍କୁ ଟ୍ରେନ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ ଏନକ୍ୱାରୀ ସିଷ୍ଟମ୍’ (NTES) କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ରୁ ସୂଚନା ନେବାକୁ ପରାମର୍ଶ।