ଭୁବନେଶ୍ୱର, ୨୦/୦୭: ସୋସିଆଲ ମିଡିଆରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା ପଡ଼ିଲା ମହଙ୍ଗା। ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ‘ଫୋକସ୍ ପ୍ଲସ୍ ଟିଭି’ର ଅଫିସକୁ ସିଲ୍ କଲା କ୍ୟାପିଟାଲ ଥାନା ପୋଲିସ। ରବିବାର କ୍ୟାପିଟାଲ୍ ଥାନା ପୁଲିସ୍ ବରମୁଣ୍ଡାରେ ଥିବା ଫୋକସ୍ ପ୍ଲସ୍ ଅଫିସରେ ଦୀର୍ଘ ସମୟ ଧରି ଚଢ଼ାଉ କରିବା ପରେ ଅଫିସକୁ ସିଲ୍ କରିଛି। ଏହା ସହିତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି।
କ୍ୟାପିଟାଲ ଥାନା ଆଇଆଇସି ରାଧାକାନ୍ତ ସାହୁ କହିଛନ୍ତି, ମିଥ୍ୟା ପ୍ରଚାର ନେଇ ଅଭିଯୋଗ ହୋଇଥିଲା। ମାମଲା ରୁଜୁ କରିବା ସହ ତଦନ୍ତ ଚାଲିଥିଲା। ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ସୁଧାଂଶୁ ରାଉତ ତଦନ୍ତରେ ସହଯୋଗ କରିବା ବଦଳରେ ଫେରାର ହୋଇଯାଇଛନ୍ତି। ତାଙ୍କ ଅଫିସରେ ଚଢ଼ଉ କରାଯାଇଛି। ବହୁ କାଗଜ ପତ୍ର ଜବତ କରାଯିବା ସହ ଅଫିସକୁ ସିଲ୍ କରାଯାଇଛି।
ସୂଚନାଯୋଗ୍ୟ, ବହି ତ୍ରୁଟି ଘଟଣାକୁ ଚପାଇବାକୁ ମନ୍ତ୍ରୀ ୫ ଲକ୍ଷ ଟଙ୍କା ଅଫର କରିଥିବା ଏକ ଅଡିଓ ନିକଟରେ ଭାଇରାଲ ହୋଇଥିଲା। ଏକ ଆଲୋଚନା ଚକ୍ରରେ ମଧ୍ୟ ଏହା କହିଥିଲେ। ଏ ନେଇ ମନ୍ତ୍ରୀଙ୍କ ଓଏସଡି ସୁଧାଂଶୁ ରାଉତ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ୱଚ୍ଛ ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବାକୁ ଚେଷ୍ଟା କରୁଥିବା ଥାନାରେ ଅଭିଯୋଗ କରିଥିଲେ।