ବୌଦ୍ଧ, ୨୦/୦୭: ପୋଲିସ ସହ ବୌଦ୍ଧ ବିଧାୟକ ସରୋଜ ପ୍ରଧାନଙ୍କ ଯୁକ୍ତିତର୍କ। ପୋଲିସକୁ ଆକ୍ରମଣ ମାମଲାରେ ଗିରଫଦାରୀକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଓ ପୋଲିସ। ଗିରଫଦାରୀକୁ ବିରୋଧ କରି ବୌଦ୍ଧ ଏସ୍ପି ଅଫିସ୍ ସାମ୍ନାରେ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ, ପୋଲିସକୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିବା ଲୋକଙ୍କ ପରିବାର ଧାରଣା ଦେବାକୁ ଆସିଥିଲେ। ଲୋକଙ୍କ ସହ ବିଧାୟକ ମଧ୍ୟ ସେଠାରେ ପହଞ୍ଚି ଗିରଫଦାରୀକୁ ବିରୋଧ କରିଥିଲେ। ନିର୍ଦ୍ଦୋଷଙ୍କୁ ପୋଲିସ ଅନ୍ୟାୟ ଭାବେ ଗିରଫ କରିଥିବା କହିଥିଲେ ବିଧାୟକ। ଯାହାକୁ ନେଇ ପୋଲିସ ସହିତ ଯୁକ୍ତିତର୍କ ହୋଇଥିଲା। ଏ ନେଇ ବୌଦ୍ଧ ବିଧାୟକ କହିଛନ୍ତି କାଲି ଦକ୍ଷିଣାଞ୍ଚଳ DIG ଆସି ଘଟଣାର ତଦନ୍ତ କରିବେ।
ସୂଚନାଯୋଗ୍ୟ, ହାଟଗାଁ ଅଞ୍ଚଳରେ ରେଡ୍ ବେଳେ ପୋଲିସକୁ ଆକ୍ରମଣ କରିଥିଲେ କିଛି ଗଞ୍ଜେଇ ମାଫିଆ। ଏ ନେଇ ୪୦ରୁ ଊର୍ଦ୍ଧ୍ବ ଆକ୍ରମଣକାରୀଙ୍କୁ ହାଟଗାଁରୁ ଉଠାଇ ଆଣିଛି ପୋଲିସ।