ଆରମ୍ଭ ହେଲା ମୌସୁମୀ ଅଧିବେଶନ

ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ମୁଲତବି

ନୂଆଦିଲ୍ଲୀ, ୨୦/୦୭: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭରୁ ହିଁ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।

ନିଟ୍ ପେପର ଲିକ୍ ଓ ରାମମନ୍ଦିର ଦାନ ଟଙ୍କା ହେରଫେର ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ପ୍ରବଳ ହୋହଲ୍ଲା କରିଛନ୍ତି। ହଟ୍ଟଗୋଳ ଯୋଗୁଁ ଗୃହ ସୁରୁଖୁରୁରେ ଚାଲିନପାରିବାରୁ ଦିନ ୧୨ଟା ଯାଏଁ ଲୋକସଭାକୁ ମୁଲତବି କରିଛନ୍ତି ବାଚସ୍ପତି ଓମ୍ ବିର୍ଲା।