ପୁରୀ ରଥଯାତ୍ରାରେ ୨ ମୃତକଙ୍କ ପରିବାରକୁ ସହାୟତା ଘୋଷଣା

CMRFରୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର, ୨୦/୦୭: ପୁରୀ ରଥଯାତ୍ରାରେ ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କଲେ

ମୃତକ ହେଲେ କଟକର ଅନୀଲ ଦାସ, ମୁମ୍ବାଇର ଅଶୋକ ସୁବାରେ। ଗତ ୧୬ରେ ପୁରୀ ରଥଯାତ୍ରାରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।