କଲ୍ୟାଣସିଂହପୁର, ୨୦/୭(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ହୋଇଥିବା ପବିତ୍ର ରଥଯାତ୍ରାର ଚତୁର୍ଥ ଦିବସରେ ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ଓ ହେରା ପଞ୍ଚମୀ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ତିନି ଦିଅଁ ମାଉସୀ ମା ବା ଗୁଣ୍ଡିଚାରାଣୀ ମନ୍ଦିରରେ ରହି ଶ୍ରୀ ଜଗନ୍ନାଥ ମତ୍ସ୍ୟ , କଚ୍ଛପ, ବରାହ ଅବତାର ପରେ ସୋମବାର ଦିନ ହେରା ପଞ୍ଚମୀ ଅବସରରେ ନୃସିଂହ ଅବତାର ଧାରଣ କରିଛନ୍ତି। ସେବାୟତ ମାନେ ସକାଳୁ ରୀତିନୀତି ଅନୁଯାୟୀ ଧୂପ ଦୀପ, ମଙ୍ଗଳ ଆଳତି କରି ଶ୍ରୀ ଜୀଉ ବଳଭଦ୍ର, ସୁଭଦ୍ରା, ପତିତପାବନଙ୍କୁ ସୁସଜିତ କରିବା ପରେ ଶ୍ରୀ ଜଗନ୍ନାଥ ଙ୍କୁ ନୃସିଂହ ଅବତାରରେସୁସଜିତ କରିଥିଲେ। ନୈବେଦ୍ୟ, ଧୂପ ଦୀପ କରିବା ପରେ ଦୁଆର ଫିଟାଯାଇଥିଲା । ଏ ଅବସରରେ ସନ୍ଧ୍ୟାରେ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସହ ବଚନିକା ମାଧ୍ୟମରେ କଳି କରି ରଥ ଭାଙ୍ଗି ବଡ଼ ପଣ୍ଡା ବାପିନ କୁମାର ମିଶ୍ର (ଲାରା)ଙ୍କୁ ଏକ ଖମ୍ବରେ ବାନ୍ଧି ରାଗରେ ଶ୍ରୀ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିବା ଦୃଶ୍ୟ ଦେଖିବା ପାଇଁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ଲାଗିରହିଥିବା ଦେଖିବାକୁ ମିଳିଛି। ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଯାତ୍ରାର ପ୍ରତ୍ୟେକ ଦିନସନ୍ଧ୍ୟାରେ ଭଜନ ସମାରୋହ ପରିବେଷଣ କରାଯାଉଛି। ଯାତ୍ରାର ପ୍ରତ୍ୟେକ ଦିନ ଅନ୍ନ ପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଛି।
Prev Post
Next Post