ସବୁ ସରକାରୀ ଅଫିସରଙ୍କ ଛୁଟି ବାତିଲ

ବାତ୍ୟା ପରିସ୍ଥିତିର‌ ମୁକାବିଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ

ଭୁବନେଶ୍ୱର, ୩୦/୦୭: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି। ଜାରି ହୋଇଥିବା ଏକ ନିର୍ଦ୍ଦେଶ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ସେମାନଙ୍କ ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିନା ଅନୁମତିରେ କୌଣସି ଅଧିକାରୀଙ୍କୁ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ରହିଛି।

ଏଥି ସହ ସମସ୍ତ ସରକାରୀ କର୍ମଚାରୀଙ୍କ ସମସ୍ତ ଛୁଟି ବାତିଲ କରାଯାଇଛି। ଯେଉଁମାନେ ବର୍ତ୍ତମାନ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବାକୁ କୁହାଯାଇଛି।ଆଗାମୀ ଚାରି ଦିନ ପାଇଁ ସରକାରୀ ଅଧିକାରୀଙ୍କ ସମସ୍ତ ପ୍ରକାରର ଛୁଟି ବାତିଲ କରାଯାଇଛି।

ଜିଲ୍ଲା ପ୍ରଶାସନ ବିଭିନ୍ନ ବ୍ଲକ ପାଇଁ ସ୍ଥାନାନ୍ତର, ଆଶ୍ରୟସ୍ଥଳ ପରିଚାଳନା, ରିଲିଫ୍ କାର୍ଯ୍ୟ ତଦାରଖ କରିବା ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି।