ନୂଆଦିଲ୍ଲୀ/ଭୁବନେଶ୍ୱର, ୩୧/୦୭: ଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ନେଇ ଆଲୋଚନା କଲେ। ନୂଆ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା ହୋଇଛି। କେନ୍ଦ୍ରର ସହଯୋଗରେ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଗେଇ ଚାଲିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।