ବିବାଦରେ ବିଧାୟକ: ରେଭେନ୍ସା ୱାର୍ଡେନଙ୍କ ସମୂହ ଇସ୍ତଫା

ସମର୍ଥନ କଲା ରେଭେନ୍ସା ଶିକ୍ଷକ ସଂଘ

କଟକ, ୦୫/୦୮: ରେଭନ୍ସା ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ବଡ଼ ପ୍ରଶାସନିକ ସଙ୍କଟ। ହଷ୍ଟେଲରେ ବନ୍ଧୁତା ଦିବସ ପାଳନକୁ ନେଇ ବିବାଦ ଓ ପରେ ହଷ୍ଟେଲ ସମସ୍ୟାକୁ କେନ୍ଦ୍ର କରି କଟକ ସଦର ବିଧାୟକ ପ୍ରକାଶ ସେଠୀ ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ରଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ସବୁ ୱାର୍ଡେନ ସମୂହ ଇସ୍ତଫା ଦେଇଛନ୍ତି। ଏହାକୁ ବିଶ୍ୱବିଦ୍ୟାଳୟର ସବୁ ପ୍ରଫେସର ଓ ଅଧ୍ୟାପକମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହି ଘଟଣା ପରେ କ୍ୟାମ୍ପସରେ ଉତ୍ତେଜନା ବଢ଼ିବା ସହ ବିଶ୍ୱବିଦ୍ୟାଳୟର ପରିବେଶ ଅଶାନ୍ତ ହୋଇପଡ଼ିଛି। ଅନ୍ୟପଟେ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ୱାର୍ଡେନ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ପଦଯାତ୍ରାରେ ଯାଇ ଭିସିଙ୍କୁ ୪ ଦଫା ଦାବିପତ୍ର ଦେବ ୱାର୍ଡେନ ସଂଘ।