ବିଜେପି ନେତାଙ୍କୁ ହତ୍ୟା

୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କଳାହାଣ୍ଡି, ୦୬/୦୮: ବିଜେପି ନେତାଙ୍କୁ ଛୁରି ଭୁସି ହତ୍ୟା ଘଟଣାରେ ୨ ଅଟକ। ୨ ଅଟକ ଥିବା ବେଳେ ଅନ୍ୟ ୨ଜଣଙ୍କୁ ଖୋଜୁଛି ପୋଲିସ। ୪ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ କରିଥିଲେ ସରପଞ୍ଚ ସ୍ନିଗ୍ଧା ରଣା। ନାଏବ ସରପଞ୍ଚ ଲିଙ୍ଗରାଜ ବିଭାରଙ୍କ ସମେତ ୪ଜଣଙ୍କ ନାଁରେ ଅଭିଯୋଗ ରହିଛି।

ସୂଚନାଯୋଗ୍ୟ, ଗତ କାଲି ବିଜେପି ନେତା ଫକୀର ରଣାଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ମଦନପୁର ରାମପୁର ଡି. କର୍ଲାଖୁଣ୍ଟା ସରପଞ୍ଚଙ୍କ ସ୍ୱାମୀ ଫକୀର ରଣାଙ୍କୁ ଡି. କର୍ଲାଖୁଣ୍ଟା ପଞ୍ଚାୟତ ଅଫିସ୍‌ ଆଗରେ ଛୁରାମାଡ଼ କରିଥିଲେ ଦୁର୍ବୃତ୍ତ। ଏହା ପରେ ସରପଞ୍ଚ ଥାନାରେ ୪ ଜଣଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ପୂର୍ବ ଶତ୍ରୁତାରୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମଦନପୁର ରାମପୁର ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି।